ଋଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

18

କନକ ବ୍ୟୁରୋ : ଋଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ପକ୍ଷରୁ ସେଂଟ-ପିଟର୍ସବର୍ଗରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସ୍ପେନ ଗସ୍ତ ଶେଷ କରି ଋଷକୁ ଯାଇଛନ୍ତି ମୋଦି । ସେଂଟ-ପିଟର୍ସବର୍ଗରେ ଆଜି ୧୮ ତମ ଭାରତ-ଋଷ ସମ୍ମିଳନୀରେ ଯୋଗଦେବେ । ଏଥିରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ଯୋଗଦେବେ ।

ଏହା ପରେ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଆର୍ଥିକ ମଂଚରେ ସାମିଲ ହେବେ । ସ୍ପେନରେ ମୋଦି କହିଥିଲେ ଯେ, ଆତଙ୍କବାଦ ବିଶ୍ୱର ସବୁଠାରୁ ବଡ ଶତ୍ରୁ । ଆତଙ୍କବାଦରୁ କୌଣସି ଦେଶ ବାଦ ପଡିନାହିଁ । ଭାରତ ନ୍ୟୁ-ଇଣ୍ଡିଆର ସଂକଳ୍ପ ସହ ଆଗକୁ ବଢିବ ।