କନକ ବ୍ୟୁରୋ: ଆଇଟି ନିୟମରେ ସଂଶୋଧନ ପରେ ସାମାଜିକ ଗଣମାଧ୍ୟମର କମ୍ପାନୀ ଅଧିକ ସଚେତନ ହେବା ଆବଶ୍ୟକ ହୋଇପଡିଛି । ଅଧିକ ଦାୟିତ୍ୱବାନ ହୋଇ କାମ କଲେ କୌଣସି ବେଆଇନ ପୋଷ୍ଟ ରୋକାଯାଇପାରିବ । କେନ୍ଦ୍ର ଆଇଟି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏହା ସ୍ପଷ୍ଟ କରିଛନ୍ତି । ସୋସିଆଲ ମଡିଆରେ ଉପଲବ୍ଧ ହେଉଥିବା ବିଭିନ୍ନ ସାମଗ୍ରୀ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ହେଉଥିବା ମାମଲାରେ ଅଭିଯୋଗ ପରେ ଶୁକ୍ରବାର କେନ୍ଦ୍ର ସରକାର ଆଇଟି ନିୟମରେ ପରିବର୍ତ୍ତନ କରିଥିଲେ । ଏହା ବାଦ୍ ଏକ କମିଟିର ଗଠନ କରାଯାଇଛି । ଏହି କମିଟି ମେଟା ଓ ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ବିଭିନ୍ନ ଅଭିଯୋଗର ସମୀକ୍ଷା କରିବ । ସାମାଜିକ ଗଣମାଧ୍ୟମ କମ୍ପାନୀର ମନମାନୀ ଉପରେ ବ୍ରେକ୍ ଲଗାଇବ ।
ତିନି ସଦସ୍ୟ ବିଶିଷ୍ଟ ଏହି କମିଟିକୁ ନେଇ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସରକାର ନାଗରିକଙ୍କ ପାଖରୁ ମିଳୁଥିବା ଅନେକ ସନ୍ଦେଶ ବାବଦରେ ଅବଗତ ହେବେ ଯାହା କମ୍ପାନୀମାନଙ୍କୁ କହିବା ପରେ ମଧ୍ୟ ସମାଧାନ ହେଉନାହିଁ । ଏହା ସହ ଭୁଲ ସୂଚନା, ବେଆଇନ ସାମଗ୍ରୀକୁ ବୃଦ୍ଧି କରିବାରେ ସହାୟକ ହେଉଥିବା ଅନେକ ସାମଗ୍ରୀକୁ ୭୨ ଘଣ୍ଟା ଭିତରେ ହଟାଯିବ । ଏହି ୭୨ ଘଣ୍ଟାର ଅବଧି ସବୁଠାରୁ ଅଧିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/insta.jpg)