ସୁଇସାଇଡ୍ ନୋଟ୍ ଲେଖିଲେ, ପଙ୍ଖାରେ ଝୁଲିଗଲେ ମଡେଲ

715

କନକ ବ୍ୟୁରୋ: ସୁଇସାଇଡ୍ ନୋଟ୍ ଲେଖିଲେ । ଏହାପରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ମଡେଲ । ଏପରି ଘଟଣା ଘଟିଛି ମୁମ୍ବାଇ ଇନେ୍ଧରୀରେ ଥିବା ଏକ ହୋଟେଲରେ ।

ମାୟାନଗରୀ ମୁମ୍ବାଇ କାହା ସ୍ୱପ୍ନକୁ ସାକାର କରେ ତ ଆଉ କାହା ସ୍ୱପ୍ନକୁ ଭାଙ୍ଗିଦିଏ । ଗ୍ଲାମର ଦୁନିଆଁର ଝଲମଲ ଇଲକାରେ ହସୁଥିବା ପ୍ରତିଟି ମୁହଁ ପଛରେ ଲୁଚିରହିଥାଏ ଅନେକ କିଛି ଦୁଃଖ କଷ୍ଟ । ଯାହାର ଅନେକ ପ୍ରତିଫଳନ ଦେଖିବାକୁ ଅନେକ ସମୟରେ ମିଳିଛି । ଏବେ ଜଣେ ମଡେଲ ଏହି କଥାକୁ ପ୍ରମାଣ କରିଛନ୍ତି । ଏଠିକାର ଏକ ହୋଟେଲ ରୁମରୁ ମଡେଲଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା ପୂର୍ବରୁ ମଡେଲ ନିଜ ମନର ଯନ୍ତ୍ରଣାକୁ ଲେଖିଦେଇଯାଇଛନ୍ତି ।

ମୁମ୍ବାଇକୁ ନିଜ କାରିଅର କରିବାକୁ ଆସିଥିବା ୩୦ ବର୍ଷୀୟା ମଡେଲ ଆକାଂକ୍ଷା ମୋହନ ଏକ ହୋଟେଲରେ ରହୁଥିଲେ । ବୁଧବାର ସେ ହୋଟେଲରେ ଚେକ୍ ଇନ୍ କରିଥିଲେ । ଏହାପରେ ଖାଇବାକୁ ଅର୍ଡର ମଧ୍ୟ କରିଥିଲେ । ତା’ପର ଦିନ ସକାଳେ ୱେଟର ଅସି କବାଟ ବାଡେଇବାରୁ କେହି ବି କିଛି ଜବାବ ଦେଇନଥିଲେ । ଫଳରେ ହୋଟେଲ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି ମାଷ୍ଟର ଚାବିରେ କବାଟ ଖୋଲିବାରୁ ମଡେଲ ପଙ୍ଖାରେ ଝୁଲିଥିବା ଦେଖିବାକୁ ମିଳଇଥିଲା । ତାଙ୍କ ବେଡ୍ ଉପରୁ ହାତ ଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଏଥିରେ ଲେଖାଅଛି ଯେ, ‘କ୍ଷମା କରିବେ, ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି । କାହାକୁ ହଇରାଣ କରିବେ ନାହିଁ । ମୁଁ ଖୁସି ନଥିଲି । ମୋତେ ଶାନ୍ତି ଦରକାର ବାସ୍’ । ମଡେଲଙ୍କ ଆତ୍ମହତ୍ୟାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।