ଦେଶବାସୀଙ୍କୁ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ : ପଢିଲେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ

283

କନକ ବ୍ୟୁରୋ : ନୂଆ ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ଦେଶର ଗରିବ ବି ସ୍ୱପ୍ନ ଦେଖିପାରେ ବୋଲି ସେ କହିଛନ୍ତି । ସମ୍ବୋଧନ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ପଢିଥିଲେ ରାଷ୍ଟ୍ରପତି । ଜଗତର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ ଦ୍ରୌପଦୀ । ମହିଳାଙ୍କ ହିତ ସାଧନ ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଥିଲେ । ସମସ୍ତ ସହଯୋଗରେ ଉଜ୍ଜଳ ଭାରତର ନିର୍ମାଣ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।

୨୦୦ କୋଟି ଟିକାକରଣ ଭାରତ ପାଇଁ ବଡ ଉପଲବ୍ଧି । ମହାମାରୀ କରୋନାର ମୁକାବିଲା ଯେଉଁଭଳି ଢଙ୍ଗରେ ଭାରତ କଲା ତାହା ବିଶ୍ୱରେ ଆମକୁ ନୂଆ ଶକ୍ତି ଭାବେ ଉଭା କରିଛି । ଅତି କଠିନ ସମୟରେ ବି ଭାରତ ବିଶ୍ୱର ଅନେକ ଦେଶକୁ ସହାୟତାର ହାତ ବଢାଇଛି । ଶିକ୍ଷାକ୍ଷେତ୍ରରେ ଶ୍ରୀଅରବିନ୍ଦଙ୍କ ବିଚାର ପ୍ରେରଣା ଦେଇଛି । କିଛିଦିନ ପରେ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳିତ ହେବ । ରାଇରଙ୍ଗପୁର ଶ୍ରୀଅରବିନ୍ଦ ସ୍କୁଲରେ ପାଠପଢିବା ପାଇଁ ସୁଯୋଗ ମିଳିଛି ।