ରାଷ୍ଟ୍ରପତି ଆସନରୁ ହଟିବା ପରେ ମେହବୁବା ମୁଫତିଙ୍କ ଟାର୍ଗେଟରେ ରାମନାଥ କୋବିନ୍ଦ ।

2,224

କନକ ବ୍ୟୁରୋ: ନୂଆ ରାଷ୍ଟ୍ରପତିଙ୍କ ଆଗମନ ସହ ରାଷ୍ଟ୍ର୍ରପତି ଭବନରୁ ବିଦାୟ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ପଦ ଛାଡିବା କ୍ଷଣି କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ନିଶାନା ବନିଛନ୍ତି ରାମନାଥ କୋବିନ୍ଦ । କୋବିନ୍ଦ ଏପରି ଏକ ପୃଷ୍ଠଭୂମି ଛାଡିଯାଇଛନ୍ତି ଯେଉଁଠି ଭାରତୀୟ ସମ୍ବିଧାନକୁ ଅନେକଥର ଆଘାତ କରାଯାଇଛି ।

ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୌପଦୀ ମୁର୍ମୁ । ଏହାସହ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଚିଫ୍ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି । ମୁଫତି ଟ୍ୱିଟ୍ କରି କହିଛନ୍ତି ଯେ, ଧାରା ୩୭୦ ହେଉ ବା ନାଗରିକ ଆଇନ ହେଉ ଅବା ସଂଖ୍ୟାଲଘୁ ବା ଦଳିତଙ୍କୁ ଟାର୍ଗେଟ କରିବା ହେଉ ଏ ସବୁ ପ୍ରସଙ୍ଗରେ ରାମନାଥ ବିଜେପି ସପକ୍ଷରେ ଯାଇ ଦଳର ରାଜନୈତିକ ଲକ୍ଷ୍ୟକୁ ପୂରଣ କରିବାରେ ସହଯୋଗ କରିଛନ୍ତି ।


ଏହାପୂର୍ବରୁ ମଧ୍ୟ ମୁଫତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ସ୍ୱାଧୀନତା ଦିବସ ଉପଲେକ୍ଷେ ‘ହର ଘର ତିରଙ୍ଗା ଅଭିଯାନ’କୁ ନେଇ ମୋଦୀ ସରକାରଙ୍କୁ କଟାକ୍ଷ କରିଥିଲେ ମୁଫତି । ମୋଦୀ ସରକାର ଯେଉଁଭଳି ଭାବରେ ଜମ୍ମୁ-କାଶ୍ମୀରର ଛାତ୍ର, ବ୍ୟବସାୟୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ଧ୍ୱଜା ଉଡାଇବାକୁ ବାଧ୍ୟ କରୁଛନ୍ତିି ଏହାଦ୍ୱାରା ଏପରି ଲାଗୁୁଛି ଯେପରି କାଶ୍ମୀର ଏକ ଶତ୍ରୁ କ୍ଷେତ୍ର ଏହାକୁ କବଜା କରିବାକୁ ମୋଦୀ ସରକାର ପ୍ରାଣପଣେ ଚେଷ୍ଟା କରୁଛି ।