କଣ୍ଟାବାଞ୍ଜିରେ ନରବଳିର କଳଙ୍କ: ଅମାବାସ୍ୟା ତିଥିରେ ଭାଇ ପାଲଟିଲା ସଇତାନ; ତନ୍ତ୍ରମନ୍ତ୍ର ପାଇଁ ନିଜ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ଅଭିଯୋଗ

ସମାନ ଅଭିଯୋଗରେ ଯାଇଥିଲା ଜେଲ୍, ବେଲରେ ଆସିବା ପରେ ପୁଣି ଘଟାଇଲା ନାରକୀୟ କାଣ୍ଡ

685

କନକ ବ୍ୟୁରୋ: କଣ୍ଟାବାଞ୍ଜିରୁ ଆସିଛି ଏକ ଅଭାବନୀୟ ଖବର । କଣ୍ଟାବାଞ୍ଜିରେ ଏକ କଳଙ୍କିତ ଅଧ୍ୟାୟ ତିଆରି କରିଛି ଅମାବାସ୍ୟାର ତାନ୍ତ୍ରିକ । ପୂର୍ବରୁ ନରବଳି ଦେଇଥିବା ଅଭିଯୋଗରେ ଜେଲ ଯାଇ ଜାମିନ ପାଇଥିବା ଅଭିଯୁକ୍ତ ପୁଣି ଏକ ନରବଳି ଦେଇଥିବା ଅଭିଯୋଗ ହୋଇଛି । ତନ୍ତ୍ରମନ୍ତ୍ର ପାଇଁ ଅଭିଯୁକ୍ତ ଶୋଭବନ ରଣା ନିଜର ୧୨ବର୍ଷୀୟା ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗତବର୍ଷ ଶୋଭବନ ନିଜ ସମ୍ପର୍କୀୟ ମାମୁଁଙ୍କ ପୁଅକୁ ବଳିଦେଇ ଜେଲ୍ ଯାଇଥିଲା । ଆଉ ଜାମିନରେ ଫେରିବା ପରେ ପୁଣି ନରହନ୍ତା ବନିଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସିନ୍ଧେକେଲା ଅଂଚଳରେ ରହୁଥିବା ଏହି ୧୨ବର୍ଷୀୟା ନାବାଳିକା ଗତ ୨୪ତାରିଖ ମଙ୍ଗଳବାରଠାରୁ ନିଖୋଜ ଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଶୁକ୍ରବାର ଦିନ ଥାନାରେ ମାମଲା ବି ରୁଜୁ ହୋଇଥିଲା । ତନ୍ତ୍ରମନ୍ତ୍ର ପାଇଁ ନିଜ ଭଉଣୀକୁ ମାରିଦେଇଥିବା ଅଭିଯୋଗ ହୋଇଛି । ସେପଟେ ନିଖୋଜ କୁନି ଝିଅର କୌଣସି ପତା ମିଳୁନାହିଁ । ଏସବୁକୁ ନେଇ ଗାଁ ଲୋକ ଥାନା ଘେରାଉ କରିଥିବା ବେଳେ ଅଭିଯୁକ୍ତ ଶୋଭବନ ରଣାକୁ ଅଟକ ରଖିଛି ପୁଲିସ ।