ଗିନିଜ୍ ବୁକ୍ ଅଫ୍ ରେକର୍ଡରେ କେନ୍ଦୁଝର ରଥ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି । କହିଲେ, ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ ।

1,278

କନକ ବ୍ୟୁରୋ: ସବୁଠୁ ଅଧିକ ଉଚ୍ଚର ରଥ ଭାବେ କେନ୍ଦୁଝର ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ପୁରୀ ରଥ ହିଁ ସବୁଠୁ ଉଚ୍ଚ ହେବା କଥା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀ ଠାରୁ ଅଧିକ କରାଯାଉଥିବାରୁ ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି ।

ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏଥିରେ ୧୬ ଚକ ରହିଥାଏ । ରଥର ଗୋଲେଇ ୪୫ ଫୁଟ ହୋଇଥାଏ । ଏହି ରଥରେ ତିନି ଠାକୁର ଜଗନ୍ନାଥ ବଳଭଦ୍ର ଓ ମା’ ସୁଭଦ୍ରା ଯାତ୍ରା କରିଥାନ୍ତି । ସବୁଠୁ ଅଧିକ ଉଚ୍ଚର ରଥ ଭାବେ ଏହାକୁ ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି ।

  • ପୁରୀରେ ନନ୍ଦିଘୋଷ ରଥର ଉଚ୍ଚତା ୪୪ ଫୁଟ
  • କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ
  • କେନ୍ଦୁଝର ରଥର ଗୋଲେଇ ୪୫ ଫୁଟ ହୋଇଥାଏ
  • କେନ୍ଦୁଝର ରଥରେ ୧୬ ଚକ ରହିଥାଏ
  • କେନ୍ଦୁଝରରେ ଗୋଟିଏ ରଥରେ ୩ ଦିଅଁ ଯାତ୍ରା କରନ୍ତି
  • ପୁରୀରେ ତିନି ଦିଅଁ ତିନିଟି ଅଲଗା ରଥରେ ଯାତ୍ରା କରନ୍ତି
  • ପ୍ରାୟ ୩ ଶହ ବର୍ଷ ଧରି କେନ୍ଦୁଝରରେ ରଥଯାତ୍ରାର ପରମ୍ପରା ରହିଛି
  • ସବୁଠୁ ଅଧିକ ଉଚ୍ଚର ରଥ ଭାବେ ଗିନିଜ ବୁକ୍ ରେକର୍ଡସରେ ସ୍ଥାନ
  • ଇଣ୍ଡିଆ ବୁକ୍ ଅଫ ରେକଡସ୍, ଏସିଆ ପାସିଫିକ ରେକଡର୍ସରେ ମଧ୍ୟ ସ୍ଥାନ ପାଇଛି କେନ୍ଦୁଝର ରଥ