ଆଜିଠାରୁ ବିଜେପିର ରାଷ୍ଟ୍ରୀୟ ଅଧିବେଶନ । ରାମଲୀଳା ମଇଦାନରେ ନିର୍ମାଣ ହୋଇଛି ‘ମିନି ପିଏମଓ’

ଆଜିଠାରୁ ବିଜେପିର ରାଷ୍ଟ୍ରୀୟ ଅଧିବେଶନ

91

କନକ ବ୍ୟୁରୋ : ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ଓ କାଲି ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ସକାଳୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ରହିବେ ବୋଲି ସୂଚନା ମିଳିଛି । ତେବେ ମୋଦି ସେଠାରେ ରହିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ବାଧା ହୋଇପାରେ । ତେଣୁ ଯେପରି ଭାବରେ ଅଧିବେଶନ ସମୟରେ କୌଣସି କାମ ବ୍ୟାଘାତ ନହୁଏ ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ରାମଲୀଲା ମଇଦାନରେ ଏକ ଛୋଟ କାର୍ଯ୍ୟାଳୟ ଖୋଲାଯାଇଛି । ଯେଉଁଥିରେ ମୋଦି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିବେ । ମୋଦି ସେଠାରେ ଅନେକ ସମୟ ରହିବେ, ତେଣୁ ଏସପିଜିର କମାଣ୍ଡୋ ମାନେ ମଇଦାନର ଚାରିପାଖରେ କଡା ପ୍ରହରା ଦେଉଛନ୍ତି ।

 

କେବଳ ମୋଦି ନୁହେଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଦଳୀୟ ନେତା ଏହି ଅଧିବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂତନା ମିଳିଛି । କେବଳ ମୋଦିଙ୍କ ପାଇଁ ନୁହେଁ ବରଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟର ପ୍ରସ୍ତୁତି କରାଯାଇଛି । ଏହାସହ ବିଜେପି ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ଅନେକ ଛୋଟ ଛୋଟ କାର୍ଯ୍ୟାଳୟ ରହିଥିବା ସୂଚନା ମିଳିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ଦଳ କିପରି ଭାବରେ ଭଲ ପ୍ରଦର୍ଶନ କରିବ ତାହା ଉପରେ ବିଶେଷ ଭାବରେ ଆଲୋଚନା ହେବ ବୋଲି ଜଣାପଡିଛି । ୨୦୧୯ରେ ମୋଦି ଓ ଶାହାଙ୍କ ନେତୃତ୍ୱରେ ଦଳ କିପରି ବିଜୟ ହେବ ସେନେଇ ବିସୃତ ଭାବରେ ଆଲୋଚନା ହେବ ବୋଲି ଜଣାପଡିଛି ।