ସେକ୍ସ ଭିଡିଓ ଓ ରିଷି ମୃତ୍ୟୁ ମାମଲା : ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ରହସ୍ୟମୟୀ ପ୍ରେମିକା

351

କନକ ବ୍ୟୁରୋ : ବିବାଦୀୟ ରିଷି ମହାନ୍ତି ମୃତ୍ୟୁ ଘଟଣା ଓ ସେକ୍ସ ଭିଡିଓ ସିଡି ମାମଲାରେ ଆଜି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ରିଷି ମହାନ୍ତିଙ୍କ ପ୍ରେମିକା ଓ ଚର୍ଚ୍ଚାରେ ଥିବା ରହସ୍ୟମୟୀ ମହିଳା । ସେମାନଙ୍କୁ ଅଯଥାରେ ବଦନାମ କରାଯାଉଥିବା ନେଇ ସେମାନେ କମିଶନଙ୍କ ଆଗରେ ଫେରାଦ ହୋଇଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ରିଷି ମୃତ୍ୟୁ ସହ ବିବାଦୀୟ ସେକ୍ସ ସିଡିର ସମ୍ପର୍କ! ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ରିଷିର ଜଣେ ବନ୍ଧୁ

ବିବାଦୀୟ ଭିଡିଓ ସିଡିରେ ମେୟର ଥିବା ନେଇ ଛାତ୍ର କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ରିଷି ମହାନ୍ତି ମୃତ୍ୟୁ ଓ ବିବାଦୀୟ ଭିଡିଓ ସିଡି ବାବଦରେ ରିଷିଙ୍କ ବାନ୍ଧବୀଙ୍କ ପାଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆଜି ରିଷିଙ୍କ ବାନ୍ଧବୀ ଓ ବିବାଦରେ ଥିବା ମହିଳା ଜଣକ ପ୍ରଥମ ଥର ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ବିଷୟରେ ଭୁଲ ପ୍ରଚାର କରାଯାଉଛି ଏବଂ ତାଙ୍କୁ ବଦନାମ କରାଯାଉଛି ବୋଲି ସେମାନେ କମିଶନଙ୍କ ଆଗରେ ଅଭିଯୋଗ କରିଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ହତ୍ୟା ମାମଲାରେ କେମିତି ଛନ୍ଦି ହେଲେ ମହିମା ମିଶ୍ର ! ଦେଖନ୍ତୁ କର୍ପୋରେଟ୍ ୱାରର ପୁରା କାହାଣୀ