ମାଲକାନଗିରି କାଲିମେଳା ମାଓବାଦୀଙ୍କ ବର୍ବରକାଣ୍ଡ! ପୁଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା

47

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ମାଓବାଦୀଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ୨ ଜଣଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲେ ଏମଭି ୭୯ ସୁଧାକୁଣ୍ଡା ଗାଁର ବିଶୁ କିର୍ସାନି ଓ ରାମା ମାଡକାମୀ । ଗତକାଲି ରାତିରେ ମାଓବାଦୀ ଏମାନଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ସେପଟେ ରାୟଗଡାରେ ମାଓବାଦୀ ଓ ପୁଲିସଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି । ଅମ୍ବାଦଳ ଥାନା ସମରଝୋଲା ଜଙ୍ଗଲରେ ଗୁଳିବିନିମୟ ଚାଲିଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –