ରାଜଧାନୀରେ ଲାଲବାହିନୀର ମୁଖିଆ: ମୋଷ୍ଟ ୱାଣ୍ଟେଡ ମାଓନେତା ଅଲିକ୍ ଚଳ୍ରବର୍ତୀଙ୍କୁ ଭୁବନେଶ୍ୱରରୁ ଗିରଫ କରାଯିବା ପରେ କୋର୍ଟରେ କରାଗଲା ହାଜର

30

କନକ ବ୍ୟୁରୋ: ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡ ମାଓନେତା ଅଲିକ୍ ଚଳ୍ରବର୍ତୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଛି ପୁଲିସ୍ । ଆଜି ତାଙ୍କୁ ଭୁବନେଶ୍ୱରରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଆଜି ଅଲିକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୋଲିସ । ଅଲିକ ପଶ୍ଚିମବଙ୍ଗର ଭାନଗୋର ଆଂଟି ପାୱାର ଗ୍ରୀଡ ପିପୁଲ୍ଡ ମୁଭମେଂଟର ନେତୃତ୍ୱ ନେଉଥିଲେ । ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପୁଲିସ୍ ମିଳିତ ଭାବରେ ଅଚାନକ୍ ଚଢ଼ାଉ କରି ଏହି ମାଓନେତାଙ୍କୁ ଗିରଫ କରାଯାଇଥିଲା ।

ହସ୍ପିଟାଲରେ ଚିକିତ୍ସା ପାଇଁ ଭିର୍ତି ହୋଇଥିବା ବେଳେ ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ଓଡ଼ିଶା ପହଂଚିଥିଲା ପଶ୍ଚିମବଙ୍ଗ ପୁଲିସ । ପରେ ଓଡ଼ିଶା ପୁଲିସ୍ ସହ ଯୋଗାଯୋଗ କରି ହସ୍ପିଟାଲରେ ରେଡ୍ କରାଯାଇଥିଲା । ପଶ୍ଚିମବଙ୍ଗରେ ମୋଷ୍ଟ ୱୋଣ୍ଡଟେଡ୍ ତାଲିକାରେ ଅଛି ଅଲିକ୍ ଚକ୍ରବର୍ତୀ । ଅନୀଲ ଚକ୍ରବର୍ତୀ ସିପିଆଇଏମ ପଲିଟିବ୍ୟୁରୋର ସଦସ୍ୟ ଥିଲେ । ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ ।

ସେପଟେ ଗିରଫ ହୋଇଥିବା ଅଲିକ ଚକ୍ରବର୍ତିଙ୍କ ସମର୍ଥନରେ ବାହାରିଛନ୍ତି ସିପିଆଇଏମଏଲର ରାଜ୍ୟ କର୍ମକର୍ତା । ଅଲିକଙ୍କ ଗିରଫଦାରୀକୁ ସେମାନେ ଦୃଢ ବିରୋଧ କରିଛନ୍ତି । ସେ ମାଓବାଦୀ ନୁହଁନ୍ତି ବରଂ ଜଣେ ଲୋକପ୍ରିୟ ନେତା । କିନ୍ତୁ ତାଙ୍କୁ ମାଓ ନେତା ଭାବେ ସଜାଇ ଗିରଫ କରାଯାଇଥିବାରୁ ସିପିଆଇଏମଏଲ ପକ୍ଷରୁ ଏହାକୁ ନିନ୍ଦା କରାଯାଉଛି ।

ଉଲ୍ଲେଖ ଥାଉ କି, ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏହି ମାଓବାଦୀକୁ ଗିରଫ କରିଛି କମିସନରେଟ ପୋଲିସ । ପଶ୍ଚିମବଙ୍ଗ ପୋଲିସ ପାଇଁ ଏହି ମାଓବାଦୀ ଜଣକ ମୋଷ୍ଟ ୱାଣ୍ଟେଡ ଥିଲା ବୋଲି ଜଣାପଡିଛି । ତେବେ ଓଡିଶା ଏବଂ ପଶ୍ଚିମବଙ୍ଗ ପୋଲିସର ମିଳିତ ଉଦ୍ୟମରେ ଏହି ମାଓବାଦୀକୁ ଗିରଫ କରାଯାଇଛି । ସମ୍ପୃକ୍ତ ମାଓବାଦୀର ନାଁ ଅଲିକ ଚକ୍ରବର୍ତ୍ତୀ ବୋଲି ଜଣାପଡିଛି । ଏହି ମାଓବାଦୀ ଜଣକ ପଶ୍ଚିମବଙ୍ଗର ରେଡ ଷ୍ଟାର ଲିଡର ରହିବା ସହ ତା ନାଁରେ ବିଭିନ୍ନ ଅପରାଧିକ ତାଲିକା ରହିଛି । ଏବଂ ମାଓବାଦୀ ଜଣକ ଦୀର୍ଘଦିନ ଧରି ପୋଲିସ ସହ ଲୁଚକାଲି ଖେଳୁଥିଲା । ପାଖାପାଖି ୩ ରୁ ୪ଦିନ ଭୁବନେଶ୍ୱରରେ ପଇଁତରା ମାରିବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିମ୍ବା ଲୁଚି ରହିଥିବା ନେଇ ପୋଲିସ ଖବର ପାଇଥିଲା । ଏହା ପରେ ସମ୍ପୃକ୍ତ ହସ୍ପିଟାଲକୁ ଯାଇ ପୋଲିସ ମାଓବାଦୀକୁ ଗିରଫ କରିଥିଲା । ମାଓବାଦୀ ଗିରଫ ହେବା ପରେ ରେଡ ଷ୍ଟାରର ଓଡିଶା ଲିଙ୍କ ନେଇ ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।