ମାନସ ମଙ୍ଗରାଜ ପାଇଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସଂପର୍କ) ଭାବେ ତୁଲାଉଛନ୍ତି ଦାୟିତ୍ୱ ।

ଦାୟିତ୍ୱ ପରେ ପାହ୍ୟା ବାଂଟିଲେ ସରକାର । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସଂପର୍କ) ଭାବେ ଦାୟିତ୍ୱ ପାଇଥିବା ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।

539

ଦାୟିତ୍ୱ ପରେ ପାହ୍ୟା ବାଂଟିଲେ ସରକାର । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସଂପର୍କ) ଭାବେ ଦାୟିତ୍ୱ ପାଇଥିବା ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଦାୟିତ୍ୱ ନେବା ଦିନଠାରୁ ସେ ରାଷ୍ଟ୍ରମନ୍ତ୍ରୀ ରାଙ୍କର ସମସ୍ତ ସୁବିଧା ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଂଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ମାନ ଗ୍ରହଣ କରୁଛି । ଆଉ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଚିଲିକା ନିର୍ବାଚନମଣ୍ଡଳୀରୁ ଆସୁଥିବା ମାନସ ମଙ୍ଗରାଜ ସାମ୍ବାଦିକଙ୍କ ସମସ୍ୟା ଓ ଗଣମଧ୍ୟମର ସମସ୍ୟା ଦୂର କରିବା ଦିଗରେ ଅଧିକ ଫୋକସ ଦେଇ କାର୍ଯ୍ୟ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସେହିଭଳି ମୋ କଲେଜର ଅଧ୍ୟକ୍ଷ ଦାୟିତ୍ୱ ପାଇଥିବା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ମଧ୍ୟ ପାହ୍ୟା ଦେଲେ ସରକାର । ଦାୟିତ୍ୱ ନେବା ଦିନଠାରୁ ପାଇବେ ରାଷ୍ଟ୍ରମନ୍ତ୍ରୀ ରାଙ୍କର ସମସ୍ତ ସୁବିଧା ସୁଯୋଗ । ମୋ କଲେଜ ଜରିଆରେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିତୋଳିବାର ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ସୂଚନା ଅନୁସାରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁସ୍ମିତା ବାଗଚିଙ୍କୁ ମଧ୍ୟ ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି ।

ଗତକାଲି ମଧ୍ୟ ରାଜ୍ୟ ସରକାର ବିଭିନ୍ନ ବିଭାଗ ଓ ଅନୁଷ୍ଠାନର ପରାମର୍ଶଦାତା ଭାବେ ଦାୟିତ୍ୱ ପାଇଥିବା ନେତାଙ୍କ ମଧ୍ୟରେ ମଧ୍ୟ ପାହ୍ୟା ବଂଟନ କରିଥିଲେ ।