ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । ମଦ ପିଇ ଗାଡି ଚଲାଇବା ବେଳେ କଟକରେ ଗିରଫ ହେଲେ ଯୁବକ ସେପଟେ ରାଜଗାଙ୍ଗପୁର ଟୋଲ ଗେଟରେ ଯାଂଚ ବେଳେ ୧୦ ଗିରଫ ।

748

କନକ ବ୍ୟୁରୋ: ରାଜ୍ୟର ତମାମ୍ ଟୋଲ୍ ଗେଟରେ ପଡ଼ିଛି ଟ୍ରାଫିକ୍ ପୁଲିସର ପହରା । ବ୍ରେଥ୍ ଅନାଲାଇଜର୍ ଲଗାଇ କରାଯାଉଛି ଯାଂଚ୍ । ଆଉ ଚାଳକ ନିଶାସେବନ କରିଥିବା ସାମ୍ନାକୁ ଆସିଲେ ଦେବାକୁ ପଡୁଛି ମୋଟା ଅଙ୍କର ତଣ୍ଡ । ଏମିତି କି କିଛି ମଦୁଆ ଡ୍ରାଇଭରଙ୍କୁ ଗିରଫ ମଧ୍ୟ କରାଯାଇଛି ।

ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ବିଭିନ୍ନ ଟୋଲଗେଟରେ ଚାଲିଛି କଡାକଡି ଯାଂଚ । ଏହାରି ଭିତରେ କଟକ ଚାଉଳିଆଗଂଳ ଓ ନୂଆବଜାର ଅଂଚଳରୁ ପାଟ୍ରୋଲିଂ ବେଳେ ରାକେଶ ପଣ୍ଡା ନାମ ଜଣେ ବାଇକ୍ ଚାଳକଙ୍କୁ ଗିରଫ କରାଯାଇଛି । ଯିଏ ମଦ୍ୟପାନକରି ବାଇକ୍ ଚଳାଉଥିଲେ । ସେହିପରି ଯାଜପୁରର ପାଣିକୋଇଲି ଓ ଶ୍ରୀରାମପୁର ଟୋଲଗଟେରେ ନିୟମ୍ ଖିଲାପକାରୀଙ୍କଠାରୁ ଆଦାୟ ହୋଇଛି ପ୍ରାୟ ୭୦ ହଜାର ଟଙ୍କାର ଜରିମାନା ।

ସେପଟେ ସୁନ୍ଦରଗଡ ରାଜଗାଙ୍ଗପୁର ଟୋଲଗେଟ ନିକଟରୁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୦ ଜଣଙ୍କୁ ଗିରଫ କରିଛି ପୁଲିସ୍ । ସେହିପରି ଟାଙ୍ଗୀର ନିର୍ଗୁଣ୍ଡି ଟୋଲଗେଟ୍ରେ ଯାଂଚ୍କୁ କଡ଼ାକଡ଼ି କରାଯାଥିବା ବେଳେ ବରଗଡ ବରାହଗୁଡ଼ା ଟୋଲଗେଟ୍ରୁ ୩ଜଣଙ୍କୁ ଗିରଫ କରାଯାଇଛି । ଏପଟେ କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିର ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟୟରେ ବିଶେଷ କରି ୫ଟି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି ।