ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ ।

141

କନକ ବ୍ୟୁରୋ: ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ଦିନ ୧୧ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂଆ ବିମାନବନ୍ଦରର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବେ ।

୧୬ଶହ ୨୦ ମିଟର ଲମ୍ବ ଓ ୩୦ ମିଟର ଓସାର ହେଉଛି ବିମାନବନ୍ଦରର ରନୱେ । ସେହିପରି ବିମାନ ବନ୍ଦରର ଲମ୍ବ ୩ହଜାର ମିଟର ଓ ଓସାର ୩୧୫ ମିଟର । ୨୦୨୨, ନଭେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଏହି କାମ ମାତ୍ର ୧୪ ମାସରେ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ୫୪ କୋଟି ଅନୁଦାନରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ଟର୍ମିନାଲ, ଗେଷ୍ଟ ହାଉସ ସହ ବିଶାଳ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ମୋଟ ୨୩୪ ଏକର ଜମିରେ ନିର୍ମାଣ ହୋଇଛି ଏୟାର ପୋର୍ଟ । ୭୪ ଏକର ସରକାରୀ, ୩୩ ଏକର ଜଂଗଲ ଜମି ଓ ୧୨୬ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ ହୋଇଛି । ୨୯ କୋଟି ଟଙ୍କା ବିନିମୟରେ ଜମି ଅଧିଗ୍ରହଣ ହୋଇଥିଲା । ୫୫ ବିସ୍ଥାପିତ ପରିବାରଙ୍କୁ ପକ୍କା ଘର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଡିଜିସିଏର ଅନୁମୋଦନ ପରେ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ ହେବ ।