ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ହୋଇପାରେ ନିର୍ବନ୍ଧ

2,815

କନକ ବ୍ୟୁରୋ : ବିବାହ କରିବେ ଦକ୍ଷିଣ ଭାରତ ସିନେମାର ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧ ନେଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ସେଲିବ୍ରେଟି ଘୋଷଣା କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ ତେଲୁଗୁ ରିପୋର୍ଟ କରିଛି । କିନ୍ତୁ ଏନେଇ ଉଭୟ ଷ୍ଟାର କୌଣସି ଘୋଷଣା କରିନାହାଁନ୍ତି । ରସ୍ମିକା ଏବଂ ବିଜୟ ‘ଗୀଥା ଗୋବିନ୍ଦମ’ ଏବଂ ‘ଡିୟର କମ୍ରେଡ୍’ ଫିଲ୍ମରେ ଏକାଠି ଅଭିୟନ କରିଥିଲେ । ଉଭୟ ବିବାହ କରିବା ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ବେଳେ ଏଭଳି ଖବର ସାମ୍ନାକୁ ଆସିଛି । ପୁଷ୍ପା, ଆନିମଲ ଫିଲ୍ମରେ ସଫଳତା ପରେ ରଶ୍ମିକାଙ୍କ ଡିମାଣ୍ଡ ବଢିବାରେ ଲାଗିଛି । ପୁଷ୍ପା-୨ରେ ସେ ଅଲୁ ଅର୍ଜୁନଙ୍କ ସହ ମୁଖ୍ୟ ଭୂମିକାରେ ଅଭିୟନ କରିବେ । ତେବେ ଉଭୟଙ୍କ ପ୍ରସଂଶକମାନେ ଏହି ଖବରକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ବିଜୟ ଦେବରକୋଣ୍ଡା ଇନଷ୍ଟଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଥିବା ବେଳେ ଏହି ଫଟୋ ରଶ୍ମିକା ଉଠାଇଥିବା ଦାବି କରିଛନ୍ତି ତାଙ୍କର ପ୍ରସଂଶକ ।