ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିବସ । ଆଜି ସ୍ୱାସ୍ଥ୍ୟସେବା,କୃଷି ବ୍ୟବସାୟ ଓ ଦକ୍ଷତା ବିକାଶ ଉପରେ ଅଧିବେଶନ

କେତେ ପୁଞ୍ଜି ଆସିବ ସେ ଉପରେ ସମସ୍ତଙ୍କ ନଜର

130

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଳେଭ ଦ୍ୱିତୀୟ ସଂସ୍କରଣର ଆଜି ତୃତୀୟ ଦିବସ । ଆଜି ସ୍ୱାସ୍ଥ୍ୟସେବା ଉପରେ ପୁଞ୍ଜିନିବେଶ ନେଇ ସମସ୍ତଙ୍କ ନଜର ରହିବ । ସ୍ୱାସ୍ଥ୍ୟସେବା ପୁଞ୍ଜିନିବେଶ ଉପରେ ଅଧିବେଶନ ହେବ । କୃଷି ବ୍ୟବସାୟ ପୁଞ୍ଜିନିବେଶ ଓ ଦକ୍ଷତା ବିକାଶ ଅଧିବେଶନ ବି ହେବ ।

 

ବୟନ ଓ ପୋଷାକ କ୍ଷେତ୍ର, ଧାତବ କ୍ଷେତ୍ର, ଏମଏସଏମଇ ପୁଞ୍ଜିନିବେଶ ଓ ରସାୟନ-ପେଟ୍ରୋ ରସାୟନ ଅଧିବେଶନ ବି ହେବ । ଏହାଛଡା ଟେକ ଟକ୍ ଓ ଷ୍ଟାର୍ଟ ଅପ ଟକ୍ ମଧ୍ୟ ଆଜିର ଅଧିବେଶନରେ ରହିଛି । ଗତକାଲି ମେକ୍ ଇନ୍ ଓଡ଼ିଶା କନକ୍ଳେଭ ଦ୍ୱିତୀୟ ସଂସ୍କରଣର- ବିଜନେସ୍ ଲିଡରସିପ୍ ସମିଟ୍ରେ ଭୁବନେଶ୍ୱରରେ ଦେଶର ସବୁଠୁ ବଡ଼ ବଡ଼ ଶିଳ୍ପପତି ଏକାଠି ହୋଇଥିଲେ ।

ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ୫ ଦିନିଆ କନକ୍ଳେଭରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ଆଶା କରିଛି ଓଡ଼ିଶା । ପୁଂଜିନିବେଶ ବ୍ୟତୀତ ଦେଶବିଦେଶରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଭରପୂର ଉଦ୍ୟମ କରାଯାଉଛି ।