ମର୍ମନ୍ତୁଦ ଦୁର୍ଘଟଣା : ବାଇକକୁ ଘୋଷଡି ନେଲା ବସ; ସାନ ଝିଅ ମୃତ, ବାପା ଓ ବଡ ଝିଅ ଗୁରୁତର

1,265

କନକ ବ୍ୟୁରୋ : ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା । ଅଧ କିଲୋମିଟର ଯାଏଁ ବାଇକକୁ ଘୋଷଡି ନେଲା ବସ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଅନ୍ୟ ଦୁଇ ଜଣ ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଏକ ପରିବାର ସାନ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଏବଂ ବଡ଼ ଝିଅ ଗୁରୁତର ହୋଇଛନ୍ତି । ବଲାଙ୍ଗୀର-ସୋନପୁର ୫୭ ନମ୍ବର ରାଜପଥର ଗଇଁତଲା ଛକରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

ଗଇଁତଲା ଛକ ଠାରେ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ମୁତାବକ ଆଧାରକାର୍ଡ ଅପଡେଟ୍ ପାଇଁ ବାପା ଏବଂ ଦୁଇ ଝିଅ ଯାଉଥିଲେ । ହଠାତ୍ ଦୁତଗତିର ଆସୁଥିବା ଏକ ବସ ପଛପଟୁ ବାଇକକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ୧୪ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସ ଚେଷ୍ଟା ଜାରି ରଖିଛି ।