କଲମା ବ୍ୟାରେଜର ସ୍ଥିତି ନିରୀକ୍ଷଣ କଲା ଟ୍ରିବ୍ୟୁନାଲ ଟିମ୍ : ଶିଳ୍ପ ଓ ଚାଷକୁ କେତେ ପାଣି ଦେଉଛ ବୋଲି କଲେ ପଶ୍ନ

89

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଶେଷ ଦିନ । ଆଜି ଶେଷ ଦିନରେ କେଲୋ ଡ୍ୟାମ୍ ବୁଲି ଦେଖିଛନ୍ତି ଟ୍ରିବ୍ୟୁନାଲ ଟିମ୍ । କ୍ଷେତ୍ର ପରିଦର୍ଶନ ସହ ଡ୍ୟାମର ଅନୁଧ୍ୟାନ କରିଛନ୍ତି ଟିମ୍ । ଏହି ସମୟରେ ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ ଉପସ୍ଥିତ ଥିଲେ ।

ଆଜି ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ଟିମ୍ । ଗସ୍ତର ତୃତୀୟ ଦିନରେ ଗତକାଲି ଟିମ୍ ମିରୋନି, ସାରାଡିହ କଲମା ବ୍ୟାରେଜ୍ ସହ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା କଲମା ବ୍ୟାରେଜର ୬୫ଟି ଗେଟ୍ ରହିଛି ।

ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ତଳମୁଣ୍ଡକୁ ଅଳ୍ପ ପାଣି ଛାଡିଥିଲେ ଛତିଶଗଡ଼ ସରକାର । ହେଲେ କ୍ଷେତ୍ର ପରିଦର୍ଶନ ବେଳେ ଛତିଶଗଡ଼ ଚାଲାକି କରି ଅଧିକ ଗେଟ୍ ଖୋଲି ଦେଇଛି । ଗତକାଲି ଟିମ୍ କ୍ଷେତ୍ର ପରିଦର୍ଶନ ପରେ ଆଖପାଖ ଅଞ୍ଚଳର ସ୍ଥିତି ପରଖିଥିଲେ । ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଟ୍ରିବ୍ୟୁନାଲ ଟିମ୍ ।

ଶିଳ୍ପକୁ ଦେଉଛି କେତେ ପାଣି ?

– କଲମା ବ୍ୟାରେଜର ସ୍ଥିତି ନିରୀକ୍ଷଣ କଲା ଟ୍ରିବ୍ୟୁନାଲ ଟିମ୍
– କଲମା ବ୍ୟାରେଜ୍ରୁ ୫ଟି ଶିଳ୍ପକୁ ଦିଆଯାଉଛି ପାଣି
– ବ୍ୟାରେଜ୍ରୁ ଶିଳ୍ପକୁ କେତେ ପାଣି ଯାଉଛି ?
– ଚାଷୀଙ୍କ କ୍ଷେତକୁ କେତେ ପାଣି ଦିଆଯାଉଛି ?
– କଲମା ବ୍ୟାରେଜ୍ର ମୋଟ୍ ୬୫ଟି ଗେଟ୍ ରହିଛି
– ଟିମ୍ର କ୍ଷେତ୍ର ପରିଦର୍ଶନ ପୂର୍ବରୁ ଗେଟ୍ ଖୋଲି ଦେଇଥିଲା ଛତିଶଗଡ଼
– ୪ ଦିନ ତଳେ କଲ୍ମା ବ୍ୟାରେଜର ଗେଟ୍ ଖୋଲାଯାଇଥିଲା
– ଗେଟ୍ ଖୋଲି ଥିବାରୁ ଉଭୟ ପଟେ ଜଳସ୍ତର ଠିକ୍ ରହିଥିଲା