କ୍ୟାନସର ସହ ସଂଘର୍ଷ ଭିତରେ ସଫଳତା ପାଇଲେ ଲକ୍ଷ୍ନୌର ଝିଅ । ଦ୍ୱାଦଶରେ ୯୭.୭୫% ନମ୍ବର ରଖିଲେ ପ୍ରତିମା ତିୱାରୀ

145

କନକ ବ୍ୟୁରୋ : ଦୃଢ଼ ଇଛାଶକ୍ତି ଆଗେ ହାର ମାନିଛି କ୍ୟାନସର ଭଳି ମାରାତ୍ମକ ରୋଗ । କ୍ୟାନସର ସହ ସଂଘର୍ଷ ଭିତରେ ପାଇଛନ୍ତି ବଡ଼ ସଫଳତା । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପ୍ରତିମା ତିୱାରୀ ଏପରି କରିଦେଖାଇଛନ୍ତି । ଯାହା ସମସ୍ତଙ୍କ ପାଇଁ ବଡ଼ ଉଦାହରଣ । ଗତ ରବିବାର ଦିନ ଉତ୍ତରପ୍ରଦେଶରେ ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ପ୍ରତିମା ତିୱାରୀ ୯୭ ଦଶମିକ ୭୫ ପ୍ରତିଶତ ନମ୍ବର ରଖି ପାସ୍ କରିଛନ୍ତି ।

ପ୍ରତିମା କ୍ୟାନସର ସହ ସଂଘର୍ଷ କରୁଥିବା ବେଳେ ନିଜ ପାଠପଢ଼ା ପ୍ରତି ମଧ୍ୟ କୌଣସି ଅବହେଳା କରିନଥିଲେ । ଏପରିକି କ୍ୟାନସର ପାଇଁ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ସେ ପାଠପଢ଼ୁଥିଲେ । ପ୍ରତିମା କହିଛନ୍ତି, ଅସୁସ୍ଥତା ପାଇଁ ତାଙ୍କ ପାଠପଢ଼ାରେ କୌଣସି ନିଦ୍ଧିଷ୍ଟ ସମୟ ନଥିଲା । ଯେତେବେଳେ ସେ ପାଠପଢ଼ନ୍ତି ସମ୍ପୂର୍ଣ୍ଣ ମନଲଗାଇ ପାଠ ପଢ଼ନ୍ତି ।

ପ୍ରତିମା ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଗତବର୍ଷ ଅଗଷ୍ଟରେ ପ୍ରତିମା ଲ୍ୟୁକେମିଆରେ ପୀଡିତ ହୋଇଥିଲେ । ଏହା ଜାଣିବା ପରେ ତାଙ୍କ ସ୍ୱପ୍ନ ଭାଙ୍ଗିଯାଇଥିଲା । ହେଲେ ସେ ହାର ମାନିନଥିଲେ । ଚିକିତ୍ସା ସହ ସେ ପାଠପଢ଼ା ନିଷ୍ଠାର ସହ ଜାରି ରଖିଥିଲେ ।