ଶିଳ୍ପପତି ତ୍ରୈଲୋକ୍ୟନାଥଙ୍କ ବୋହୂ ନିର୍ଯାତନା ମାମଲା : ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ୍ ଜାରି କଲା କମିସନରେଟ ପୁଲିସ

30

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶିଳ୍ପପତିଙ୍କ ବୋହୂ ନିର୍ଯାତନା ମାମଲା । ବଢୁଛି ଶିଳ୍ପପତି ତ୍ରୈଲୋକ୍ୟନାଥ ମିଶ୍ରଙ୍କ ଅଡୁଆ । ବୋହୂ ଲୋପାମୁଦ୍ରାଙ୍କ ଅଭିଯୋଗକୁ ଭିତିକରି ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ୍ ଜାରି କରିଛି କମିସନରେଟ ପୁଲିସ । ସ୍ୱାମୀ ସବ୍ୟସାଚୀ ମିଶ୍ର, ଶାଶୁ ଆଶମଞ୍ଜରୀ ମିଶ୍ର ଓ ଶ୍ୱଶୁର ତ୍ରୈଲୋକ୍ୟନାଥ ମିଶ୍ରଙ୍କୁ ଧରିବା ପାଇଁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କମିସନରେଟ୍ ପୁଲିସ । ସେମାନେ ବିଦେଶକୁ ପଳାଇବା ପାଇଁ ଯୋଜନା କରୁଥିବାର ଅନୁମାନ କରି ଦେଶର ସମସ୍ତ ବିମାନ ବନ୍ଦରକୁ ଲୁକ୍ ଆଉଟ୍ ସର୍କୁଲାର ପଠାଇଛି କମିସନରେଟ ପୁଲିସ । ଅନ୍ତର୍ଜତୀୟ ବିମାନ ବନ୍ଦରରେ ଲୁକ୍ ଆଉଟ୍ ତାଲିକା ଲଗାଇବା ପାଇଁ ନିର୍ଦେଶ ଦିଆଯାଇଛି । ୱାଇଫ୍ ସପିଙ୍ଗ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ଲୋପାମୁଦ୍ରା । ଏହାପରେ ଗତ ୧୫ ତାରିଖରେ ହତ୍ୟା ଧମକ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିବା ଲୋପାମୁଦ୍ରା ଗତକାଲି ତାଙ୍କ ଫୋନକୁ ଶ୍ୱଶୁରୁଙ୍କ ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିବା ନେଇ ଅଭିଯୋଗ କରିଥିଲେ । ଯାହା ତ୍ରୈଲୋକନାଥଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।