ଶନିବାରରେ ଶନିମନ୍ଦିରରେ ବୁଲିଲା କଳାକନା। ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ପରେ ହୁଣ୍ଡି ବାକ୍ସକୁ ପୋଖରୀରେ ଫିଙ୍ଗି ଲୁଟେରା ଫେରାର

425

କନକ ବ୍ୟୁରୋ: ଶନିବାରରେ ଶନିମନ୍ଦିରରେ ବୁଲିଲା କଳାକନା । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜାନୁଗଂଜ ସ୍ଥିତ ଶନିମନ୍ଦିରରେ ଗତକାଲି ରାତିରେ ଲୁଟ୍ ଘଟିଛି । ଚୋରମାନେ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଠାକୁରଙ୍କ ହୁଣ୍ଡିବାକ୍ସରେ ଥିବା ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

ଆଜି ଭୋରରୁ ଭକ୍ତମାନେ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିରରେ ଲୁଟ୍ ହୋଇଥିବା ଦେଖିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ଲୁଟ୍ ହୋଇଥିବା ମନ୍ଦିରର ହୁଣ୍ଡି ମନ୍ଦିର ନିକଟସ୍ଥ ଏକ ପୋଖରୀରୁ ମିଳିଛି । ମନ୍ଦିରର ଚୋରିକୁ ନେଇ ସାଧାରଣରେ ଉତେଜନା ପ୍ରକାଶ ପାଇଛି । ପୋଲିସର ନିଷ୍କ୍ରିୟତା ଯୋଗୁଁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି ।