ଦେଶର ଆର୍ଥିକ ସ୍ଥିତି ନେଇ ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, ଚଳିତମାସ ଶେଷ ସୁଦ୍ଧା ପଦରୁ ହଟିଯାଇପାରନ୍ତି ଲିଜ୍ ଟ୍ରସ

160

କନକ ବ୍ୟୁରୋ : ସ୍ଥିଦେଶରେ ଆର୍ଥିର୍କ ସ୍ଥିତି ଖରାପ ଯୋଗୁଁ କ୍ଷମା ମାଗିଲେ ଲିଜ ଟ୍ରସ । ଲିଜ ଟ୍ରସଙ୍କ କହିବା ଅନୁଯାୟୀ, ସେ ଟ୍ୟାକ୍ସ ସହ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ହେଲେ ସେ ଖୁବ ଶୀଘ୍ର ପଳାଇବେ’ । ବତର୍ମାନ ବ୍ରିଟେନର ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ସେ ଖୁବ ଦୁଃଖିତ । ଏହା ସହ ସେ କହିଛନ୍ତି ମୁଁ ଦାୟିତ୍ୱ ନେବାକୁ ଚାହେଁ ଏବଂ ଯାହା ଭୁଲ ହୋଇଯାଇଛି ସେଥିପାଇଁ ଭୁଲ ମାଗୁଛି । ଏକ ସାକ୍ଷାତକାରରେ ଲିଜ ଟ୍ରସ କହିଛନ୍ତି ନିବେଶକ ଏବଂ ଦଳର ସଦସ୍ୟଙ୍କ ବଡ଼ ଚାପରେ ସରକାର ଥିଲେ ମଧ୍ୟ ସେ ତାଙ୍କ ଦଳକୁ ଆଗାମୀ ସାଧାରଣ ନିର୍ବାଚନ ଯାଏ ନେତୃତ୍ୱ ନେବାକୁ ଚାହାଁନ୍ତି । ଏହା ସହ ସେ ସ୍ୱଳ୍ପ ବଜେଟ କଥା ମଧ୍ୟ କହିଛନ୍ତି ।

ଅନ୍ୟପଟେ ବ୍ରିଟେନ ପ୍ରଧାନମନ୍ତ୍ରୀର ପଦ ସମ୍ଭାଳିବାର ପାଖାପାଖି ୪୦ ଦିନ ପରେ ଲିଜ ଟ୍ରସଙ୍କ ପଦକୁ ନେଇ ଚର୍ଚ୍ଚା । ଏହାକୁ ନେଇ ଦଳ ଭିତରେ ମଧ୍ୟ ଚର୍ଚ୍ଚା ଜୋରଦାର ଧରିଛି । ତେବେ ହେଉଥିବା ଚର୍ଚ୍ଚା ଅନୁସାରେ ୨୪ ଅକ୍ଟୋବରରେ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇପାରେ । ଦଳର ଏକ ଶହ ସଦସ୍ୟ ତାଙ୍କ ବିରୋଧରେ ଖୁବ ଶୀଘ୍ର ଅବିଶ୍ୱାସ ପ୍ରସ୍ତାବ ଦେଇପାରନ୍ତି । ଅଧିକାଂଶ ସାଂସଦ ଲିଜ ଟ୍ରସଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି । ଏଭଳି ଅନେକ ଚର୍ଚ୍ଚା ମଧ୍ୟରେ ଭାରତୀୟ ବଂଶୋଭବ ଋଷି ସନକ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର୍ରବିନ୍ଦୁ ପାଲଟିଛନ୍ତି । ଋଷି ସନକ ବିଟ୍ରେନର ଆଗାମୀ ପ୍ରଧାନମନ୍ତ୍ରୀ ହେବାର ଚର୍ଚ୍ଚା ହେଉଛି ।