ଦୋକାନ ବନ୍ଦ ବେଳେ ମାରିଲା ବିଜୁଳି-ଘଡଘଡି: ଚାଲିଗଲା ଯୁବକଙ୍କ ଜୀବନ

447

କନକ ବ୍ୟୁରୋ: ବର୍ଷା-ପବନ ଆସୁଛି ଦେଖି ଦୋକାନ ବନ୍ଦ କରୁଥିଲେ, ହେଲେ ଜାଣିନଥିଲେ ଦୋକାନ ବନ୍ଦ ବେଳେ କାଳ ହେବ ବଜ୍ରପାତ । ଦୋକାନରେ ତାଲା ପକାଇବା ବେଳେ ମାଡିବସିବ ଯମ । ବଜ୍ରପାତରେ ଯୁବକଙ୍କ ଜୀବନ ଚାଲିଯାଇଛି । ଭୁବନେଶ୍ୱରର ଅନ୍ଧାରୁଆ କଳିଙ୍ଗଷ୍ଟୁଡିଓ ଛକରେ ଗତକାଲି ଏମିିତି ଏକ ଦୁଃଖଦ ମୃତ୍ୟୁ ହୋଇଛି । ଅଟୋ ମୋବାଇଲ୍ ଦୋକାନ ବନ୍ଦ କରିବା ବେଳେ ବଜ୍ରପାତ ହେବାରୁ ଦୋକାନ ମାଲିକ ଅମରେନ୍ଦ୍ର ଛୋଟରାୟଙ୍କ ମୃତ୍ୟୁ ହୋଇଛି । ଯୁବାବସ୍ଥାରେ ପୁଅର ମୃତ୍ୟୁ ପରେ ଘରେ କାନ୍ଦ ବୋବାଳି ପଡିଛି ।