ବଲିଉଡର ପ୍ରଥମ ଖାନ୍: ଦିବଙ୍ଗତ ଦିଲ୍ଲୀପ କୁମାରଙ୍କ କିଛି ଅଜଣା କଥା

168

କନକ ବ୍ୟୁରୋ: ଲେଜେଣ୍ଡ ଦିଲ୍ଲୀପ କୁମାର । ଭାରତୀୟ ସିନେମା ଜଗତର ମାଇଲ ଖୁଂଟ । ତାଙ୍କ ରିଲ ଲାଇଫ୍ ତ ସମସ୍ତେ ଜାଣିଥିବେ ହେଲେ ରିଅଲ ଲାଇଫର କିଛି କଥା ହୁଏତ ଅନେକଙ୍କ ପାଇଁ ଅଜଣା ।
୧୯୨୨ ଡିସେମ୍ବର ୧୧ରେ ପାକିସ୍ତାନ ଅନ୍ତର୍ଗତ ପେସାୱରରେ ଜନ୍ମ ହୋଇଥିଲେ ୟୁସୁଫ୍ ଖାନ୍, ଯିଏ ଆଗାମୀ ଦିନରେ ଦିଲ୍ଲୀପ କୁମାର ଭାବେ ପରିଚୟ ପାଇଲେ । ପିଲାଦିନେ ସେ ନିଜ ବାପାଙ୍କୁ ତାଙ୍କ କାମରେ ସାହାଯ୍ୟ କରୁଥିଲେ । ହେଲେ ଦିନେ ହଠାତ୍ ବାପାଙ୍କ ସହ ଝଗଡା କରି ପୁଣେ ଚାଲିଯାଇଥିଲେ । ସେଠାରେ ବ୍ରିଟିଶ ଆର୍ମି କ୍ୟାଣ୍ଟନ୍ରେ ସ୍ୟାଣ୍ଡୱିଚ୍ ବିକ୍ରି ଆରମ୍ଭ କଲେ । ଏହି ମଧ୍ୟରେ ଭାରତର ସ୍ୱାଧୀତାକୁ କୁ ସମର୍ଥନ କରି ଗିରଫ ହେଲେ । ହାତରୁ ସ୍ୟାଣ୍ଡୱିଚ୍ ବେପାର ଚାଲିଗଲା । ଜେଲରୁ ମୁକୁଳି ସେ ମୁମ୍ବାଇ ପଳାଇଆସିଲେ । ସେଠାରେ ଆସି ଛୋଟମୋଟ ବେପାର କରିଥିଲେ ବି କୌଣସିଥିରେ ସଫଳ ହୋଇନଥିଲେ ।କିଛି ବର୍ଷ ତାଙ୍କୁ ଅନେକ ପ୍ରତିକୂଳ ସମୟ ଦେଇ ଯିବାକୁ ପଡିଥିଲା ।

ଦିଲ୍ଲୀପ ପ୍ରକୃତରେ ଆକ୍ଟର ହେବାକୁ ଚାହୁଁନଥିଲେ । କ୍ରିକେଟ ପ୍ରତି ତାଙ୍କର ଥିଲା ଅହେତୁକ ଆକର୍ଷଣ । ଦିନ ରାତି ସେ କ୍ରିକେଟର ସ୍ୱପ୍ନ ଦେଖୁଥିଲେ ହେଲେ ଏସ୍ୱପ୍ନ ବି ତାଙ୍କର ପୂରଣ ହେଲାନି ।
ଜୀବନର ୭୮ ବର୍ଷ ବଲିଉଡ୍ ନାମରେ ଲେଖିଯାଇଥିବା ଏହି ଦିବଙ୍ଗତ ଅଭିନେତାଙ୍କୁ ମିଳିଛି ସର୍ବାଧିକ ପୁରସ୍କାର ଓ ସମ୍ମାନ । ଦାଦାସାହେବ ଫାଲକେ ଆୱର୍ଡ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ନ୍ୟାସନାଲ ଫିଲ୍ମ ଫେୟାର ଆୱାର୍ଡ, ଓ ୭ଫିଲ୍ମ ଫେୟାର ଆୱାର୍ଡ ଆହୁରି ଅନେକ । ସେ ବଲିଉଡର ଏକମାତ୍ର ଅକ୍ଟର ଥିଲେ ଯିଏ କି ଲଗାତାର ୮ଥର ବେଷ୍ଟ ଆକ୍ଟର ଆୱାର୍ଡ ପାଇଥିଲେ ।
ଜାଣି ଅଶ୍ଚର୍ଯ୍ୟ ହେବେ ଯେଉଁ ଓସ୍କାର ଆୱର୍ଡ ବିଶ୍ୱର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଆୱର୍ଡ ସେହି ଅୱର୍ଡ ପାଇଥିବା ଏକ ଚଳଚ୍ଚିତ୍ର ପାଇଁ ମନାକରିଦେଇଥିଲେ ଦିଲ୍ଲୀପ ।ଖାଲି ବଲିଉଡରେ ନୁହେଁ ଓଲିଉଡରେ ବି ତାଙ୍କର ବେଶ୍ ଲୋକପ୍ରିୟତା ଥିଲା । ହଲିଉଡ ମୁଭି ‘ ଲରେନ୍ସ ଅଫ୍ ଆରବିଆ’ ପାଇଁ ଅଫର ଆସିଥିଲେ ବି ସେ ଏଥିପାଇଁ ଆଗ୍ରହ ଦେଖାଇନଥିଲେ । ପରବର୍ତ୍ତ ସମୟରେ ଦଶଦଶଟି ଓସ୍କାର ଆୱର୍ଡ ହୋଇଥିଲା ଏହି ଫିଲ୍ମ ।


ଭାରତ ସହ ଶତ୍ରୁତା କରିଆସୁଥିବା ପାକିସ୍ତାନ ମଧ୍ୟ ତାଙ୍କୁ ସମ୍ମାନୀତ କରିଛି । ୧୯୯୮ରେ ତାଙ୍କୁ ପାକିସ୍ତାନ ସର୍ବୋଚ୍ଚ ନାଗରିକତା ‘ନିଶାନ-ଇ- ଇମତିଆଜ୍’ ସମ୍ମାନରେ ସମ୍ମାନୀତ କରାଯାଇଥିଲା, ଯାହାକୁ ନେଇ ସେସମୟରେ ରାଜନୈତିକ ବିବାଦ ଦେଖାଦେଇଥିଲା ।କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନାର ଅନୁପ୍ରବେଶକୁ ନେଇ ଅଟଳ ବିହାରୀ ବାଜପେୟୀ ଓ ନୱାଜ ସରିଫଙ୍କ ମଧ୍ୟରେ କଥାବାର୍ତ୍ତ ଚାଲିଥିବା ସମୟରେ ଦିଲ୍ଲୀପଙ୍କୁ ଫୋନ୍ ଧରାଇଥିଲେ ଅଟଳଜୀ । ଆଉ ଦିଲ୍ଲୀପ ଯାହା କହିଲେ ସେଥିରେ ନୀରବି ଯାଇଥିଲେ ନୱାଜ ସରିଫ୍ ।
ଏମିତି ତ ଦିଲ୍ଲୀପଙ୍କୁ ସବୁ ରଙ୍ଗ ସାଜେ । ହେଲେ ଗୋଲାପୀ ରଙ୍ଗ ତାଙ୍କର ସବୁଠୁ ଖାସ୍ । ସୋସିଆଲ ପ୍ଳାଟଫର୍ମରେ ତାଙ୍କର ଅଧିକାଂଶ ଫଟୋ ପିଙ୍କ କଲର ସର୍ଟରେ ହିଁ ରହିଛି । ଧର୍ମେନ୍ଦ୍ରଙ୍କୁ ସାନ ଭାଇ ଏବଂ ଶାହାରୁଖ୍ ଖାନଙ୍କୁ ନିଜ ପୁଅ ବୋଲି ଭାବୁଥିଲେ ଦିଲ୍ଲୀପ । ଲିଜେଣ୍ଡ ସିଙ୍ଗର ଲତା ମଙ୍ଗେସ୍କର ଦିଲ୍ଲୀପଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ । ।

ଅନେକ ମାନ ସମ୍ମାନର ଅଧିକାରୀ ହୋଇ ବି ଅତି ସାଧାରଣ ଜୀବନ ବଂଚିବାକୁ ଭଲ ପାଉଥିଲେ । ଉଭୟ ରିଲ୍ ଓ ରିଅଲ ଲାଇଫରେ ଏକାପରି ଥିଲେ ଦିଲ୍ଲୀପ୍ ।ସେଥିପାଇଁ ତାଙ୍କୁ କୁହାଯାଉଥିଲା ‘ଆକ୍ଟର ଅଫ୍ ପିପୁଲ’ ।