୧୦ଟି ଯୁଗ୍ମ ସଚିବ ପଦ ପାଇଁ ୬ ହଜାର ଆବେଦନ । ଚୟନ ପ୍ରକ୍ରିୟା ନେଇ ଚିନ୍ତାରେ ସରକାର
ମୋଦି ସରକାରରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବା ନେଇ ଗତ ଜୁନ୍ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୟୁପିଏସସି ପରୀକ୍ଷା ପାସ୍ କରିନଥିବା ବ୍ୟକ୍ତି ମଧ୍ୟ ସିଧାସଳଖ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟରେ ନିଯୁକ୍ତି ପାଇପାରିବ ବୋଲି ନିଷ୍ପତି ହୋଇଥିଲା । ଏହି ଚୟନ ପ୍ରକ୍ରିୟାରେ ସିଧାସଳଖ ଅର୍ଥାତ୍ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ କରାଯିବ । ୧୦ଟି ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଏହାଦ୍ୱାରା ନିଯୁକ୍ତି ମିଳିପାରିବ । ହେଲେ ବର୍ତ୍ତମାନ ଏହାର ଚୟନ ପ୍ରକ୍ରିୟା ନେଇ ଚିନ୍ତାରେ କେନ୍ଦ୍ର ସରକାର । କାରଣ ମାତ୍ର ୧୦ଟି ଯୁଗ୍ମ ସଚିବ ପଦବୀ ପାଇଁ ଆବେଦନ କରିଛନ୍ତି ୬ ହଜାରରୁ ଉଦ୍ଧ୍ୱର୍ ପ୍ରାର୍ଥୀ । ଯହାକୁ ନେଇ ଚିନ୍ତାରେ ପଡିଛନ୍ତି ଚୟନକର୍ତ୍ତା କମିଟି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ଏହି ୧୦ଟି ଯୁଗ୍ମ ସଚିବ ପଦବୀ ପାଇଁ ପ୍ରାର୍ଥୀଙ୍କ ସହିତ ସାକ୍ଷାତକାର ନିଆଯିବ । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସହିତ ସାକ୍ଷାତକାର ବା ଇଣ୍ଟରଭ୍ୟୁ ନେବେ । ତେବେ ଗତ ଜୁଲାଇ ୩୦ ଏହି ୧୦ଟି ଯୁଗ୍ମ ସଚିବ ପଦବୀ ପାଇଁ ଆବେଦନ କରିବାର ସମୟସୀମା ଶେଷ ହୋଇଛି । ଅନ୍ୟପଟେ ଉପଯୁକ୍ତ ପ୍ରାର୍ଥୀ ଚୟନ ପ୍ରକିୟା ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି । କିନ୍ତୁ ମୋଟ୍ ୧୦ଟି ପଦବୀ ପାଇଁ ଆବେଦନ କରିଛନ୍ତି ୬ ହଜାର ୭୭ ଜଣ ଆଶାୟୀ ପ୍ରାର୍ଥୀ । ସେହିପରି ଗୋଟିଏ ବିଭାଗ ପାଇଁ ସର୍ବାଧିକ ୧୧୦୦ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡିଛି । ଏବଂ ସର୍ବନିମ୍ନ ୨୯୦ ଜଣ ପ୍ରାର୍ଥୀ ଗୋଟିଏ ପଦବୀ ପାଇଁ ଆବେଦନ କରିଛନ୍ତି ।
କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ୧୦ଟି ପଦରେ କାହାକୁ ନିଯୁକ୍ତି ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ଆଗରେ ପ୍ରମୂଖ ସମସ୍ୟା ହେଲା ଯେ ଏହି ଆବେଦନକାରୀମାନେ ସିଭିଲ୍ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ନୁହେଁ । ପ୍ରାଇଭେଟ୍ ଓ ପବ୍ଲିକ ସେକ୍ଟରରେ କାର୍ଯ୍ୟ କରୁଥିବା ପ୍ରାର୍ଥୀ ସିଧାସଳଖ ଲାଟେରାଲ ଏଣ୍ଟ୍ରି ଜରିଆରେ ନିଯୁକ୍ତି ପାଇବେ । ତେଣୁ ଆବଶ୍ୟକ ଅନୁଯାୟୀ ଆବେଦନ ହୋଇଥିବାରୁ ହରଡ ଘଣାରେ ଚୟନକର୍ତ୍ତା କମିଟି । ତେବେ ୧୦ଟି ମନ୍ତ୍ରଣାଳୟରେ ଚୟନ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏଥିରେ ଅର୍ଥ, କୃଷି, ସଡକ ପରିବହନ, ସିପିଙ୍ଗ, ଜଙ୍ଗଲ ଓ ପରିବେଶ , ବେସାମରିକ ଓ ବାଣିଜ୍ୟ ମନ୍ତ୍ରଣାଳୟ ସାମିଲ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପବ୍ଲିକ ଓ ପ୍ରାଇଭେଟ ସେକ୍ଟରରେ କାର୍ୟ୍ୟରତ ପ୍ରତିଭାଙ୍କୁ ଗୁରୁତ୍ୱ ଦେଇଛନ୍ତି।