ବିଶ୍ୱନେତାଙ୍କ ମଧ୍ୟରେ ବଢିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପତିଆରା : ଏସସିଓ ସମ୍ମିଳନୀରେ ମୋଦିଙ୍କ ପାଇଁ ଛତା ଧରିଲେ କିର୍ଗିସ୍ତାନ ରାଷ୍ଟ୍ରପତି

546

କନକ ବ୍ୟୁରୋ : ଶ୍ରୀଲଙ୍କା ପରେ ମୋଦିଙ୍କ ପାଇଁ ଧରିଲେ ଛତା କିର୍ଗିସ୍ଥାନ ରାଷ୍ଟ୍ରପତି ମୋଦୀଙ୍କ ପାଇଁ ଧରିଲେ ଛତା । ବିଶ୍ୱ ଦରବାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତିଆରା ବଢ଼ିବାରେ ଲାଗିଛି । ବିଶ୍ୱ ନେତାଙ୍କ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି । ବିସକେକର ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ମୋଦିଙ୍କ ମୁଣ୍ଡ ଉପରେ ରହିଛି କିର୍ଗିସ୍ତାନ ରାଷ୍ଟ୍ରପତିଙ୍କ ଛତା । ସାଙ୍ଘାଇ ଶିଖର ସମ୍ମିଳନୀରେ ଯୋଗଦେବାକୁ ଗତ ଗୁରୁବାର କିର୍ଗିସ୍ତାନ ବିସକେକରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଆଉ ପାଗ ଖରାପ ହେଉଥିବା ଦେଖି ବର୍ଷା ହେବା ପୂର୍ବରୁ ମୋଦିଙ୍କ ପାଇଁ ଛତା ଧରିଥିଲେ ନିଜେ କିର୍ଗିସ୍ତାନ ରାଷ୍ଟ୍ରପତି ସୁରୋନବେ ଜିନବେକୋଭ ।

ସାଧାରଣତଃ ଭିଭିଆଇପିଙ୍କ ପାଇଁ ସୁରକ୍ଷାକର୍ମୀ ଛତା ଧରୁଥିବା ଦେଖିବାକୁ ମିଳୁଥିବାବେଳେ ମୋଦିଙ୍କ ପାଇଁ କିର୍ଗିସ ରାଷ୍ଟ୍ରପତି ଛତା ଧରିଥିବା ଦୃଶ୍ୟ କ୍ୟାମେରାମ୍ୟାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଛତା ଧରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରିସେନା । ଗତ ରବିବାର ପ୍ରଧାମନ୍ତ୍ରୀ ମୋଦିଙ୍କ କଲମ୍ବୋ ଗସ୍ତ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦସ୍ୱବ ବିଶ୍ୱନେତାଙ୍କ ଏଭଳି ଅମାୟିକ ମନୋଭାବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଭୀର ଭାବେ ପ୍ରଭାବିତ କରିପାରିଥିବା କୁହାଯାଉଛି । ଆଉ ଏହି ଦୁଇଟି ଚିତ୍ର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବିକୁ ବିଶ୍ୱ ଦରବାରରେ ଉଚ୍ଚା କରିପାରିଛି ।