କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ଏସଆଇଟି : କ୍ରାଇମବ୍ରାଂଚ ଓ ବିଚାରବିଭାଗୀୟ ତଦନ୍ତ ସତ୍ୱେ ଏସଆଇଟି ତଦନ୍ତ ନେଇ ଘୋଷଣା କଲେ ନବୀନ

19

କନକ ବ୍ୟୁରୋ :   ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା କୁନ୍ଦୁଲି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କୋର୍ଟଙ୍କ ତତ୍ୱାବଧାନରେ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ମାଧ୍ୟମରେ ଘଟଣାର ତଦନ୍ତ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତମାନ କ୍ରାଇମ୍ ବ୍ରାଂଚ୍ ଘଟଣାର ତଦନ୍ତ କରୁଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ବି ବସାଇଛନ୍ତି ସରକାର । କିନ୍ତୁ ଘଟଣାର ଗମ୍ଭୀରତା ଏତେ ତୀବ୍ର ଯେ ଏହି ତଦନ୍ତ ବି ବିରୋଧୀଙ୍କୁ ଚୁପ୍ କରିପାରିନାହିଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଏହି ପରିସ୍ଥିତି ସାଧାରଣ ନୁହେଁ । ତେଣୁ କ୍ରାଇମ୍ ବ୍ରାଂଚ୍ ଓ ବିଚାରବିଭାଗୀୟ ତଦନ୍ତ ସତ୍ୱେ ଏସଆଇଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗକୁ ବିଜେପୁର ନିର୍ବାଚନ । ତେଣୁ ସରକାର ବି କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି । କାରଣ ପୀଡ଼ିତା ଜଣକ ଆତ୍ମହତ୍ୟା କରିବା ପରେ ତଦନ୍ତରେ ନିରପେକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କୁନ୍ଦୁଲି ପୀଡ଼ିତାଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି । କୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିବେ ସରକାର ।