ନାଚିଲେ ମନ୍ତ୍ରୀ, ବିଧାୟକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ! କୋରାପୁଟ ପରବ ମହୋତ୍ସବର ଦୃଶ୍ୟ

43

କନକ ବ୍ୟୁରୋ : ନାଚିଲେ ମନ୍ତ୍ରୀ, ବିଧାୟକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ । ଆଉ ଏପରିି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ପରବ ମହୋତ୍ସବର ଉଦଘାଟନୀରେ । ନେତା, ମନ୍ତ୍ରୀ ଓ ପ୍ରସାଶକ ସମସ୍ତଙ୍କୁ ପରବ କରିଲା ଏକାଠି । ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବରେ ଆଦିବାସୀ ତାଳରେ ଝୁମିଲେ ମନ୍ତ୍ରୀ ଅଶୋକ ପଣ୍ଡା, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଓ ବିଧାୟକ ଚନ୍ଦ୍ରଶେଖର ମାଝି, କଲ୍ୟାସ କୁଲେସିକା, କୃଷ୍ଣଚନ୍ଦ୍ର ସଗରିଆ ଓ ପ୍ରଫୁଲ୍ଲ ପାଙ୍ଗୀ ।

ଏପରିକି ତାରା ବାହିନୀପତି ତାସା ବଜାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କୋରାପୁଟ ଷ୍ଟାଡ଼ିୟମ ପଡ଼ିଆଠାରେ ପରବ ମହୋତ୍ସବ ୨୦୧୭କୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । ଉଦଘାଟନି ସନ୍ଧ୍ୟାରେ ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା । ଆଦିବାସୀ ନୃତ୍ୟ ସାଙ୍ଗକୁ ସମ୍ବଲପୁରୀ ଓ ପୁରୁଲିଆ, ଛଉ, ହରିଆନାର ଲୋକ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା ।