କୋରେଇ ଦୁର୍ଘଟଣା : ଜାରି ହେଲା ହେଲ୍ପ ଲାଇନ ନମ୍ବର

121

କନକ ବ୍ୟୁରୋ : କୋରେଇ ଦୁର୍ଘଟଣା ପରେ ହେଲ୍ପ ଲାଇନ୍ ନମ୍ବର ଜାରି । ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି । କୋରେଇ ଷ୍ଟେସନ – ୮୪୫୫୮୮୯୯୦୫ । ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୦ । ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ନମ୍ବର – ୦୬୭୪-୨୪୯୨୨୪୫ ।

ସେପଟେ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ରେଲୱେ ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି । ସେହିପରି ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା । ଏବଂ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗଇ ଦିଆଯିବାକୁ ରେଳ ବିଭାଗ ପକ୍ଷରୁ କୁହାଯାଇଛି ।