ଶରୀରରେ କୋଲେଷ୍ଟ୍ରଲ ବଢିଲା ବୋଲି ଜାଣିବେ କିପରି? ଜାଣନ୍ତୁ ଏହାର ଲକ୍ଷଣ

422

କନକ ବ୍ୟୁରୋ: କୋଲେଷ୍ଟ୍ରଲ ଆଜିର ଦିନରେ ଗୋଟିଏ ବଡ ପ୍ରମୁଖ ସମସ୍ୟା ପାଲଟିଛି । ହେଲେ ଆପଣଙ୍କ ଶରୀରରେ କୋଲେଷ୍ଟରଲ ବଢିଛି ବୋଲି ଜାଣିବେ କିପରି । କୋଲେଷ୍ଟରଲ ବୃଦ୍ଧି ହେତୁ ଲୋକମାନେ ହୃଦ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି । ପ୍ରକୃତରେ, ୨୦ ବର୍ଷ ବୟସ ପରେ କୋଲେଷ୍ଟରଲ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉଚ୍ଚ କୋଲେଷ୍ଟରଲ ମଧ୍ୟ ଜେନେଟିକ ହୋଇପାରେ । ଶରୀରରେ ଉଭୟ ଭଲ ଏବଂ ଖରାପ କୋଲେଷ୍ଟରଲ ରହିଥାଏ । ତେବେ ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ ଚିହ୍ନିବେ କିପରି ବା କୋଲେଷ୍ଟ୍ରଲର ଲକ୍ଷଣ ।

ଲକ୍ଷଣ:
କୋଲେଷ୍ଟ୍ରରଲ ପରିମାଣ ଅଧିକ ହେଲେ ହାତ ଏବଂ ପାଦ ଝିମଝିମ୍ ହୁଏ
ମୁଣ୍ଡରେ କୋଲେଷ୍ଟରଲ ଅଧିକ ହୋଇଥିଲେ ମୁଣ୍ଡବିନ୍ଧା ଦେଖାଦିଏ
ଯେଉଁକାରଣରୁ ଶିରାରେ ନିୟମିତ ଭାବେ ରକ୍ତରେ ପହଁଚେ ନାହିଁ
ତେଣୁ ମୁଣ୍ଡବିନ୍ଧା ସହିତ ଜଡିତ ଅନେକ ସମସ୍ୟା ହୋଇପାରେ
ଅଧିକ ପରିଶ୍ରମ ନକରି, ଆପଣ ଅଣ ନିଶ୍ୱାସୀ ହୋଇପାରନ୍ତି
କୋଲେଷ୍ଟ୍ରରଲ ବଢିଲେ ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ରହିଥାଏ
ହୃଦଘାତ ଉଚ୍ଚ କୋଲେଷ୍ଟ୍ରରଲର ଲକ୍ଷଣ ହୋଇପାରେ
ବିନା କାରଣରେ ଓଜନ ବୃଦ୍ଧି କୋଲେଷ୍ଟରଲ ପାଇଁ ହୋଇଥାଏ