ଆଧୁନିକ ଯୁଗର ଶ୍ରବଣ କୁମାର :  ପୁରୁଣା ସ୍କୁଟରରେ ମା’ଙ୍କୁ ବସାଇ ବିଶ୍ୱର ତୀର୍ଥ ଯାତ୍ରା କରାଉଛନ୍ତି ଦକ୍ଷିଣମୂର୍ତ୍ତୀ

81

କନକ ବ୍ୟୁରୋ: ଆପଣ ଶ୍ରବଣ କୁମାରଙ୍କ କାହାଣୀ ଜାଣିଥିବେ । ବାପା-ମାଙ୍କୁ ଯିଏ, କାନ୍ଧରେ ବୋହି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇଯାଉଥଲେ । ଆଜି ଆମେ ଆଧୁନିକ ଯୁଗର ଜଣେ ଶ୍ରବଣ କୁମାରଙ୍କ କାହାଣୀ ଆପଣଙ୍କୁ ଦେଖାଇବୁ । ଯିଏ, ୭୩ ବର୍ଷିୟ ବୃଦ୍ଧାମାଙ୍କୁ ଏକ ପୁୁରୁଣା ସ୍କୁଟରରେ ତୀର୍ଥ କରାଇଛନ୍ତି । ଏକ ପୁରୁଣା ସ୍କୁଟରରେ ୬୬ ହଜାର କିଲୋମିଟର ଯାତ୍ରା କରି ଭାରତ ସମେତ ନେପାଳ ଓ ଭୁଟାନର ବଡ଼ ବଡ଼ ଧାର୍ମିକ କ୍ଷେତ୍ର ଦର୍ଶନ କରାଇଛନ୍ତି ।

ଦିନେ ଉପହାର ଆକାରରେ ବାପା ଦେଇଥିବା ସ୍କୁୁଟିରେ ମା’ଙ୍କ ତୀର୍ଥ ଯାତ୍ରା କରିଛନ୍ତି । ଶ୍ରବଣ କୁମାରଙ୍କ ଭଳି ମା’ଙ୍କୁ ତୀର୍ଥ କରାଇଥିବା ଏହି ବ୍ୟକ୍ତିଙ୍କ ନାଁ ଦକ୍ଷିଣମୂର୍ତ୍ତୀ କ୍ରିଷ୍ଣା କୁମାର । ଘର କର୍ଣ୍ଣାଟକର ମହିଶୂର ଅଂଚଳରେ । ୨୦୧୮ମସିହା ଜାନୁୟାରୀ ମାସରେ ମା’ ମୋଦରତ୍ନାମ୍ମାଙ୍କୁ ଧରି ଯାତ୍ରା ଆରମ୍ଭ କରିଥିଲେ । ଦିନକୁ ୧୦୦ରୁ ଦେଢ଼ ଶହ କିଲୋମିଟର ସ୍କୁଟରରେ ଯାତ୍ର କରି ଗୋଟିଏ ପରେ ଗୋଟିଏ ତୀର୍ଥସ୍ଥଳୀ ଯାତ୍ରା କରୁଥିଲେ । ଏହି ସମୟରେ ଉଭୟ ମା’ ଓ ପୁଅ, କୌଣସି ହୋଟେଲରେ ରହି ନାହାନ୍ତି । ଧର୍ମସ୍ଥଳୀ ଗୁଡ଼ିକରେ ଥିବା ମଠ ଓ ଆଶ୍ରମ ଗୁଡ଼ିକରେ ରାତ୍ରୀ ଯାପନ କରୁଥିଲେ । ଦିନରେ ମାତ୍ର ଦୁଇ ଥର ଭୋଜନ କରୁଥିଲେ । ଦିନ ୧୧ଟାରେ ମଧ୍ୟାହ୍ନ ଭୋଜନ ଏବଂ ସନ୍ଧ୍ୟା ୮ଟାରେ ରାତ୍ରୀ ଭୋଜନ କରୁଥିଲେ । ଏହାକୁ ଛାଡ଼ି ଦେଲେ ଆଉ କୌଣସି ଜିନିଷ ଖାଉନଥିଲେ । ଏମିତି ଚା’-କଫି, ବିସ୍କୁଟ୍ ଆଉ କୌଣସି ଦ୍ରବ୍ୟ ଖାଉନଥିଲେ । ଯଦିଓ ଦୈନିକ କେତେ କିଲୋମିଟ ଯାତ୍ରା କରିବେ ସେନେଇ କୌଣସି ଯୋଜନା କରିନଥିଲେ । ତଥାପି ଦୈନିକ ଶହେରୁ ଦେଢ଼ ଶହ କିଲୋମିଟର ଯାତ୍ରାକରୁଥିଲେ ବୋଲି ଦକ୍ଷିଣ କୃଷ୍ଣମୂର୍ତ୍ତୀ କହିଛନ୍ତି ।