କେମିତି ରାଷ୍ଟ୍ରୀୟ ଧ୍ୱଜର ମାନ୍ୟତା ପାଇଥିଲା ତ୍ରିରଙ୍ଗା ? ୭୧ ବର୍ଷ ପୂର୍ବେ ଆଜିର ଦିନରେ ମିଳିଥିଲା ରାଷ୍ଟ୍ରୀୟ ଧ୍ୱଜର ସ୍ୱୀକୃତି

843

ଜୁଲାଇ ୨୨,୧୯୪୭ । ଅଥାର୍ତ ଆଜିର ଦିନରେ ହିଁ ତ୍ରିରଙ୍ଗାକୁ ଭାରତୀୟ ସମ୍ବିଧାନ ସଭାରେ ରାଷ୍ଟ୍ରୀୟ ଧ୍ୱଜ ଭାବେ ସ୍ୱୀକୃତି ମିଳିଥିଲା । ଭାରତ ସ୍ୱାଧୀନତା ପାଇବାର କିଛି ଦିନ ପୂର୍ବରୁ ତ୍ରିରଙ୍ଗାକୁ ରାଷ୍ଟ୍ରୀୟ ଧ୍ୱଜର ମାନ୍ୟତା ଦିଆଯାଇଥିଲା । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତ୍ରିରଙ୍ଗା ପତାକା ବେଶ ମହତ୍ୱପୂର୍ଣ୍ଣ ତଥା ଗୌରବର ବିଷୟ । ଏଥିରେ ଥିବା ତିନୋଟି ରଙ୍ଗ ପାଇଁ ଏହାକୁ ତ୍ରିରଙ୍ଗା କୁହାଯାଇଥାଏ । ଯାହାର ଡିଜାଇନ କରିଥିଲେ ଆନ୍ଧ୍ରପ୍ରଦେଶର ପି.ଭେଙ୍କୟା । ତେବେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଅନେକ ନିୟମ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ତ୍ରିରଙ୍ଗାକୁ ନେଇ କିଛି ତଥ୍ୟ :
– ରାଷ୍ଟ୍ରୀୟ ଧ୍ୱଜର ଲମ୍ବ ଏବଂ ଚଉଡାର ଅନୁପାତ ରହିଛି ୩:୨ ।
– ସର୍ବପ୍ରଥମେ ୧୯୨୧ରେ ମହାତ୍ମା ଗାନ୍ଧୀ ନିଜସ୍ୱ ପତାକା ପ୍ରସଙ୍ଗ ଉଠାଇଥିଲେ । ଯାହାକୁ ପି. ଭେଙ୍କେୟା ଡିଜାଇନ୍ କରିଥିଲେ । ଏଥିରେ ଦୁଇଟି ରଙ୍ଗ ରଖାଯାଇଥିଲା । ‘ଲାଲ୍’ ଯାହା ହିନ୍ଦୁମାନଙ୍କ ପାଇଁ ଏବଂ ‘ନୀଳ’ ଯାହା ମୁସଲିମ୍ ସଂପ୍ରଦାୟ ପାଇଁ ଉଦ୍ଦିଷ୍ଟ । ପତାକାର ମଧ୍ୟ ଭାଗରେ ଥିଲା ଚରଖା । ପରବର୍ତ୍ତୀ ସମୟରେ ଏଥିରେ ଅନ୍ୟ ଧର୍ମ ଉଦ୍ଦେଶ୍ୟରେ ଧଳା ରଙ୍ଗ ଯୋଡା ଯାଇଥିଲା । ଆଉ ଚରଖା ଜାଗାରେ ସ୍ଥାନ ପାଇଲା ଅଶୋକ ଚକ୍ର
– ୨୧ ଫୁଟ୍ ଗୁଣା ୧୪ ଫୁଟର ପତାକା ସାରା ବିଶ୍ୱରେ କେବଳ ତିନୋଟି ସ୍ଥାନରେ ଉଡାଯାଇଥାଏ । ଯେଉଁଥିରେ ରହିଛି ମଧ୍ୟପ୍ରଦେଶର ଗ୍ୱାଲିଓର ଜେଲ୍ ସ୍ଥିତ କିଲ୍ଲା, କର୍ଣ୍ଣାଟକର ନାରଗୁଣ୍ଡ ଦୁର୍ଗ ଏବଂ ମହାରାଷ୍ଟ୍ରର ପନହାଲା ଦୁର୍ଗରେ ମଧ୍ୟ ସବୁଠାରୁ ଲମ୍ବା ତ୍ରିରଙ୍ଗା ଉଡାଯାଇଥାଏ
– ୧୯୫୧ରେ ଭାରତୀୟ ମାନକ ବ୍ୟୁରୋ ଅର୍ଥାତ୍ ବିଆଇଏସ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଧ୍ୱଜ ଉପରେ କିଛି ନିୟମ ପ୍ରଣୟନ କରିଥିଲେ
– ୧୯୬୮ରେ ତ୍ରିରଙ୍ଗା ନିର୍ମାଣ ବାବଦରେ କିଛି ନିୟମ ସ୍ଥିର କରାଗଲା, ଯାହା ଅତ୍ୟନ୍ତ କଠୋର
– କେବଳ ଖଦି କିମ୍ବା ହାତ ତିଆରି କପଡା, ତ୍ରିରଙ୍ଗା ତିଆରି ପାଇଁ ବ୍ୟବହାର ହୋଇଥାଏ
– କପଡା ବୁଣିବାଠାରୁ ଆରମ୍ଭ କରି ତ୍ରିରଙ୍ଗା ତିଆରି ପର୍ୟ୍ୟନ୍ତ ସମସ୍ତ ପ୍ରକ୍ରିୟାରେ ବାରମ୍ବାର ଯାଂଚ କରାଯାଇଥାଏ
– ତ୍ରିରଙ୍ଗା ତିଆରି ପାଇଁ ଦୁଇ ପ୍ରକାରର ଖଦୀ ବ୍ୟବହୃତ ହୋଇଥାଏ । ଗୋଟିଏ ହେଲା, ଯାହାଦ୍ୱାରା କପଡା ତିଆରି ହୋଇଥାଏ ଏବଂ ଅନ୍ୟଟି ହେଲା ଝୋଟ କପଡା
– ବୁଣିବାଠାରୁ ଆରମ୍ଭ କରି ବଜାରରେ ପହଂଚିବା ଯାଏଁ ବାରମ୍ବାର ଯାଂଚ ହୋଇଥାଏ । ବିଆଇଏସ୍ ପ୍ରୟୋଗଶାଳା ଗୁଡିକରେ ହୋଇଥାଏ ପରୀକ୍ଷଣ । ଏଥିସହିତ ବୁଣାଯିବା ପରେ ବି ପରୀକ୍ଷଣ ପାଇଁ ପଠାଯାଇଥାଏ
– କଠିନ ଗୁଣବତ୍ତା ପରୀକ୍ଷଣ ପରେ ତାକୁ ଏହାକୁ କାରଖାନାକୁ ପଠାଇ ଦିଆଯାଏ । ଯେଉଁଠି ତାକୁ ତାକୁ ତିନି ରଙ୍ଗରେ ରଙ୍ଗାଯାଏ । କେନ୍ଦ୍ରରେ ଅଶୋକ ଚକ୍ର ଛପାଯାଇ ପୁଣି ଥରେ ପରୀକ୍ଷଣ ପାଇଁ ପଠା ଯାଇଥାଏ
– ବିଆଇଏସ୍ ତ୍ରିରଙ୍ଗାକୁ ଯାଂଚ କରିବା ପରେ ଯାଇ ବଜାରକୁ ବିକ୍ରୀ ପାଇଁ ପଠାଯାଇଥାଏ
– କୁହାଯାଏ ଭାରତର ରାଷ୍ଟ୍ରୀୟ ଧ୍ୱଜରେ ଚରଖା ବଦଳରେ ଅଶୋକ ଚକ୍ର ରହିବାରୁ ମହାତ୍ମା ଗାନ୍ଧି ନାରାଜ ଥିଲେ
– ତ୍ରିରଙ୍ଗା ଉପରେ କିଛି ଲେଖିବା ବା ଚିତ୍ର କରିବା ଆଇନତଃ ଦଣ୍ଡନୀୟ ଅପରାଧ
– କୌଣସି ଗାଡିର ପଛରେ,ବୋଟ କିମ୍ବା ପ୍ଲେନରେ ତ୍ରିରଙ୍ଗା ଲଗା ଯାଇ ପାରିବ ନାହିଁ ।
– କୌଣସି ବି ପରିସ୍ଥିତିରେ ତ୍ରିରଙ୍ଗାଙ୍କୁ ଭୂମିରେ ପକାଯାଇ ପାରିବ ନାହିଁ । କାରଣ ଏହାଦ୍ୱାର ତ୍ରିରଙ୍ଗାର ଅପମାନ ହୋଇଥାଏ
– କୌଣସି ଅନ୍ୟ ଦେଶର ପତାକାକୁ ରାଷ୍ଟ୍ରୀୟ ଧ୍ୱଜର ଉପରେ ଲଗାଯାଇ ପାରିବ ନାହିଁ
– ରାଷ୍ଟ୍ରପତି ଭବନ ସଂଗ୍ରାହଳୟରେ ଏଭଳି ଏକ ତ୍ରିରଙ୍ଗା ରହିଛି ଯାହାକୁ ସୁନା ଓ ହୀରାରେ ଡିଜାଇନ କରାଯାଇଛି
– ଦେଶ ପାଇଁ ଶହିଦ ହେଉଥିବା ସୈନିକ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କର ମୃତଦେହ ଉପରେ ତ୍ରିରଙ୍ଗା ଘୋଡା ଯାଇଥାଏ ।