ରାଜଧାନୀ ରାଜରାସ୍ତାରେ ମେଳି କଲେ କିନ୍ନର। ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ପରେ ସରକାର ଦେଉଥିବା ପାଣ୍ଠି ହଡପ ନେଇ ଅଭିଯୋଗ।

88

କନକ ବ୍ୟୁରୋ: ଭୁବନେଶ୍ୱରରେ ଗର୍ଜିଛନ୍ତି ଶହ ଶହ କିନ୍ନର । ଅନ୍ୟ ଏକ କିନ୍ନର ସଂଗଠନ ବିରୋଧରେ ପ୍ରତିବାଦ କରିଛନ୍ତି । ସେହି ସଂଗଠନର ମୁଖ୍ୟ ଥିବା କିଛି ବ୍ୟକ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କିନ୍ନରମାନଙ୍କ ପାଇଁ ସରକାର ଦେଉଥିବା ସହାୟତା ରାଶିକୁ ହଡପ କରାଯାଉଥିବା ଅଭିଯୋଗ ସହ ଏହାର ସିବିଆଇ ତଦନ୍ତ ଦାବୀ କରିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି କିନ୍ନର ।

ଯାଜପୁର ପାଣିକୋଇଲିରେ ଥିବା ଟୋଲ ଗେଟ୍ ଭଦ୍ରକ ଜିଲାକୁ ସ୍ଥାନାନ୍ତରିତ ହେବା ପରେ ସେଠାରେ ଯାତ୍ରୀଙ୍କଠାରୁ ଟଙ୍କା ମାଗିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ରାଜଧାନୀରେ ପହଞ୍ଚିଛି । ଦୁଇ କିନ୍ନର ସଂଗଠନ ଏବେ ମୁହାଁମୁହିଁ ଅବସ୍ଥାକୁ ଆସିଥିବା ବେଳେ ଆଗକୁ ବିପକ୍ଷ ଗୋଷ୍ଠୀ ମଧ୍ୟ ତାଙ୍କ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା କିନ୍ନରଙ୍କ ମଧ୍ୟରୁ ମେନକା କିନ୍ନର ବିଜେପିର ଜଣେ କର୍ମୀ ହୋଇଥିବା ବେଳେ, ବିପକ୍ଷ ଗୋଷ୍ଠୀର ମୀରା କିନ୍ନର ବିଜେଡିର ଜଣେ ସକ୍ରିୟସଭ୍ୟ । ତେଣୁ ବିବାଦ ଆଗକୁ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି ।