ମୁମ୍ବାଇରେ ମୁସଳଧାରା ବର୍ଷା, ପାଣି ଆଉ ପାଣି ଭିତରେ ବେହାଲ ଜନଜୀବନ

99

କନକ ବ୍ୟୁରୋ : ବର୍ଷାରେ ଉବୁଟୁବୁ ମାୟାନଗରୀ । ପାଣିରେ ଭାସୁଛି ମୁମ୍ବାଇ । ଯୁଆଡେ ଦେଖିବ ସିଆଡେ କେବଳ ପାଣି ହିଁ ପାଣି । ରାସ୍ତାଘାଟ ଘରଦ୍ୱାରା, ବସଷ୍ଟପ, ରେଳଷ୍ଟେସନ, ମେଟ୍ରୋ, ବିମାନବନ୍ଦର ସବୁ କିଛି ଜଳମଗ୍ନ ।କେଉଁଠି ରେଳଟ୍ରାକରେ ପାଣି ପଶିଛି ତ ପୁଣି କେଉଁଠି ବସଷ୍ଟପରେ ଆଣ୍ଠୁଏଁ ପାଣି । ମୁସଳଧାରା ବର୍ଷାରେ ଠପ ପଡିଛି ମୁମ୍ବାଇ । ଯାତାୟତ ଏକପ୍ରକାର ଠପ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଆଗାମୀ ୪୮ ଘଂଟା ଭିତରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଭାଗର ଅନୁମାନ କରିଛି ।

ବର୍ଷା ଯୋଗୁଁ ମାୟାନଗରୀର ଅନେକ ସ୍ଥାନରେ କୁତ୍ରିମ ବନ୍ୟା ସମସ୍ୟା ସୃଷ୍ଟି ହୋଇଛି । ସେପଟେ ମୁମ୍ବାଇ, ରତ୍ନଗୀରି, ରାଇଗଡ, ସିନ୍ଧୁଦୁର୍ଗ ପାଇଁ ୟୋଲୋ ୱାର୍ଣ୍ଣି ଜାରି ହୋଇଛି ।ସେପଟେ କିଛି ସ୍ଥାନରେ ବର୍ଷା ଯୋଗୁଁ ଭୁସ୍କଳନ ଓ ଘର ଭାଙ୍ଗିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ କେବଳ ମୁମ୍ବାଇରେ ୮ଟି ଏନଡିଆରଏଫ ଟିମକୁ ମୃତୟନ କରାଯାଇଛି ।

ସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜରୁରୀ ବୈଠକ ଡାକିଛନ୍ତି । କେବଳ ମହାରାଷ୍ଟ୍ର ନୁହେଁ ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ର;ଦଶ,ହିମାଚଳପ୍ରଦେଶ, ଉତରାଖଣ୍ଡ,କେରଳରେ ଲଗାଣବର୍ଷା ସହ ଦୁର୍ଦ୍ଦଶା ଜାରି ରହିଛି । ଆଗାମୀ ୩ଦିନ ପାଈଁ ଏହି ସମସ୍ତ ସ୍ଥାନରେ ବର୍ଷା ପାଇଁ ଆଇଏମଡି ଆର୍ଲଟ ଜାରି କରିଛି ।

ପ୍ରବଳ ବର୍ଷା ଓ କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟ ସଚିବ ମନୁକୁମାର ଶ୍ରୀବାସ୍ତବଙ୍କ ସହ ଆଲୋଚନ କରିଛନ୍ତି। ଏଥିସହ ପ୍ରଭାବିତ ଜିଲ୍ଲାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତି ଉପରେ କାବୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।