ଜହ୍ଲାଦ୍ ସାଜିଲେ ଜଙ୍ଗ୍ ! ତ୍ରାହି ତ୍ରାହି ଡାକୁଛନ୍ତି ଉତ୍ତର କୋରିଆ ଅଲିମ୍ପିକ୍ସ ଖେଳାଳି

63

olympicsଶେଷ ହୋଇଛି ରିଓ ଅଲିମ୍ପିକ୍ସ । ପ୍ରାୟ ୨ଶହ ଦେଶର ଖେଳାଳି ନିଜ ଭାଗ୍ୟ ପରୀକ୍ଷା କରି ଫେରି ଯାଇଛନ୍ତି । ନିଜ ନିଜ ଦେଶକୁ । କିଏ ପଦକ ପାଇ ବିଶ୍ୱ ବିଜୟୀ ହୋଇଛି ତ ପୁଣି କିଏ ବିଶ୍ୱକ୍ରୀଡାର ଅନୁଭୂତିକୁ ସାଉଁଟି ନେଇଛି ନିଜ ସାଥୀରେ । ପଦକ ପାଇଥିବା କ୍ରୀଡାବିତଙ୍କୁ ନିଜ ଦେଶରେ ମିଳିଛି ସମ୍ବର୍ଦ୍ଧନା । ଆଉ ଯିଏ ହାରିଛି , ତାକୁ ବି ଦେଶ ଦେଇଛି ପୁଣି ଥରେ ବିଜୟୀ ହେବାର ଆର୍ଶୀବାଦ ।

korea 2ହେଲେ ଉତ୍ତର କୋରିଆର କାହାଣୀ ସାରା ବିଶ୍ୱକୁ ଥରାଇ ଦେଇଛି । କାରଣ ସେଠିକା ଶାସକଙ୍କ ପାଖରେ ହାରକୁ ସହିବାର ଶକ୍ତି ନାହିଁ । କିଛିଦିନ ପୂର୍ବରୁ ଆପଣ ଶୁଣିଥିବେ ତାଙ୍କ ନାଁ । କିମ୍ ଜଙ୍ଗ୍ । ହାଇଡ୍ରୋଜେନ୍ ବୋମା ପରୀକ୍ଷା କରି ଖୁବ୍ ଚର୍ଚ୍ଚା ସୃଷ୍ଟି କରିଥିଲେ ଏହି ଅହଙ୍କାରୀ ଶାସକ । ଆଉ ଏବେ ନିଜ କ୍ରୁରତା ପାଇଁ ସାରା ବିଶ୍ୱରେ ନିଜ ଦେଶକୁ ଲଜ୍ଜିତ କରିଛନ୍ତି ।

north korea 3ଅଲିମ୍ପିକ୍ସରେ ପଦକ ଜିଣି ପାରି ନଥିବା ଖେଳାଳିଙ୍କ ପାଇଁ ଦଣ୍ଡବିଧାନ କରିଛନ୍ତି । କାହା ପରିବାର ଲୋକଙ୍କୁ କୋଇଲା ଖଣିରେ ଖଟାଇଛନ୍ତି ପୁଣି କେଉଁ ଖେଳାଳିଙ୍କ ପରିବାର ଠାରୁ ଛଡାଇ ନେଇଛନ୍ତି ରାସନ୍ କାର୍ଡ ।

ରିଓକୁ ଯିବା ପୂର୍ବରୁ କିମ୍ ତାଗିଦ କରିଥିଲେ ଯେମିତି ହେଲେ ୫ଟି ସ୍ୱର୍ଣ୍ଣ ସହ ୧୭ଟି ପଦକ ଆଣିବାକୁ । ହେଲେ ପ୍ରତିଯୋଗୀ ଆଣିଥିଲେ ୨ ଟି ସ୍ୱର୍ଣ୍ଣ ସହ ୭ଟି ପଦକ । ଅନ୍ୟପକ୍ଷରେ ଶତ୍ରୁରାଷ୍ଟ୍ର ଦକ୍ଷିଣ କୋରିଆ ୨୧ଟି ପଦକ ଜିଣିଥିଲା ।ଯାହା ଏହି କ୍ରୁର ଶାସକଙ୍କ କ୍ରୋଧକୁ ବଢାଇ ଦେଇଛି ।