ପାଦ ଛୁଇଁ ଆଶୀର୍ବାଦ ନେଲେ, ତା’ପରେ ଛୁରା ମାରିଲେ । ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ହତ୍ୟା

910

କନକ ବ୍ୟୁରୋ: ସରଳ ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀ ଓରଫ୍ ଚନ୍ଦ୍ରଶେଖର ଅଙ୍ଗାଡିଙ୍କୁ ମଙ୍ଗଳବାର ଦିନ ଦ୍ୱିପହରରେ ନାଟକୀୟ ଢଙ୍ଗରେ ହତ୍ୟା କରାଯାଇଛି । ସେ ହୁବଲୀର ‘ଦ ପ୍ରେସିଡେଣ୍ଟ’ ହୋଟେଲରେ ରହୁଥିବାବେଳେ ଦୁଇଜଣ ଯୁବକ ତାଙ୍କୁ ଭେଟିବାକୁ ଆସିଥିଲେ । ଦୁହେଁ ପ୍ରଥମେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ପରେ ହାଠାତ୍ ଛୁରୀରେ ଗୁରୁଜୀଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ସହ ତାଙ୍କ ସହ ଥିବା ଅନ୍ୟଜଣେ ଯୁବକ ମଧ୍ୟ ତାଙ୍କୁ ଛୁରାରେ ଆକ୍ରମଣ କରିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସିସିଟିଭି ଫୁଟେଜରେ କଏଦ ଭିଡିଓ ଅନୁସାରେ, ୨ ଯୁବକ ଆସି ତାଙ୍କ ପାଦ ଛୁଉଁଥିବା ଦେଖିବକୁ ମିଳିଛି । ପରେ ସେମାନେ ଛୁରିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ହୋଟେଲ କର୍ମଚାରୀ ଉପସ୍ଥିତ ଥିଲେ ବି ସେମାନ ଭୟରେ ଆକ୍ରମଣକାରୀଙ୍କ ପାଖ ମାଡି ନଥିଲେ । ଛୁରା ମାରିବା ପରେ ୨ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଏହାର ସୂଚନା ମିଳିବା ପରେ ପୋଲିସ ଅଙ୍ଗାଡିଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସର କହିବା ମୁତାବକ, ୩ ଦିନ ତଳେ ହୁବଲୀରେ ଚନ୍ଦ୍ରଶେଖରଙ୍କ ପରିବାରର ଜଣେ ଶିଶୁର ମୃତ୍ୟୁ ହୋଇଥିବାରୁ ସେ ହୁବଲୀ ଆସିଥିଲେ । ପୋଲିସ ଏବେ ଏହି ହତ୍ୟା କାଣ୍ଡର ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ହତ୍ୟାକାରୀକୁ ଯଥାଶୀଘ୍ର କିରଫ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।