ଗୁଜରାଟ ପରେ ଆପ୍ ଫୋକସରେ କର୍ଣ୍ଣାଟକ, ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଦଳ

148

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସରିବା ପରେ ଏବେ ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପୂର୍ବ ନିର୍ବାଚନଗୁଡିକରେ ବିଶେଷ ଭାବେ କଂଗ୍ରେସ, ଜେଡିଏସ ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଥିଲା । ହେଲେ ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଆମ୍ ଆଦମୀ ପାର୍ଟି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାଗ ନେବାକୁ ଯାଉଛି ।

ଆମ୍ ଆଦମୀ ପାର୍ଟି ତରଫରୁ ଶୁକ୍ରବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦେଶର ଦକ୍ଷିଣ ଭାଗରେ ଥିବା କର୍ଣ୍ଣାଟକ ଉପରେ ଅନେକଦିନ ଆଗରୁ ଆପ୍ ନଜର ରଖିଛି । ନିର୍ବାଚନକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ଅନେକ ରାଲି କରିସାରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦଳ ତରଫରୁ ପ୍ରଥମ ପର୍ଯ୍ୟାୟରେ ୮୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।

ସେପଟେ ଆଜି ୬୦ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳ ଏପର୍ଯ୍ୟନ୍ତ ମୋଟ ୧୪୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ତରଫରୁ କର୍ଣ୍ଣାଟକର ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା ।

ଆପ୍ ର ପ୍ରାର୍ଥୀ ତାଲିକାରେ ମୁଖ୍ୟତଃ ସୁପ୍ରିମକୋର୍ଟର ଓଳିଲ ବୃଜେଶ କଲପ୍ପା ଚିକପେଟ ଆସନରୁ ନିର୍ବାଚନ ଲଢିବେ । ବୃହତ ବେଙ୍ଗାଲୁରୁ ମହାନଗର ପାଲିକେର ପୂର୍ବତନ ଅଧିକାରୀ କେ,ମଥାଇ ଶାନ୍ତିନଗର ଆସନରୁ ନିର୍ବାଚନ ଲଢିବେ । ସେହିଭଳି ବି.ଟି ନାଗନ୍ନା, ମୋହନ ଦସାରୀ, ଶାନ୍ତଲା ଦାମଲେ ଓ ଅଜୟ ଗୌଡା ଭଳି ପରିିଚିତ ଚେହେରାଙ୍କୁ ଦଳ ପ୍ରାର୍ଥୀ କରିଛି ।