ବର୍ଷର ଶେଷ ଦିନରେ କାଳିଆ ଯୋଜନାର ଶୁଭାରମ୍ଭ ! ଆଜି ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବେ ମୁଖ୍ୟମନ୍ତ୍ରୀ

149

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ଶୁଭାରମ୍ଭ କରିବେ । ୨୦୧୮ ମସିହାରେ ଶେଷ ଦିନରେ ସଚିବାଲୟରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବ୍ଲକର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଗତ ୨୧ ତାରିଖରେ କ୍ୟାବିନେଟ ନିଷ୍ପତି ମୁତାବକ ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ କୃଷକଙ୍କ ଦାରିଦ୍ର‌୍ୟ ହ୍ରାସ କରିବା ପାଇଁ ଏହି ଯୋଜନା କରିଛନ୍ତି ସରକାର ।

image courtesy -https://www.devex.com

ଏହି ଯୋଜନା ଦ୍ୱାରା ରାଜ୍ୟରେ ୩୦ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏଥିରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯିବ । ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ । କାଳିଆ ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା,ବିନା ସୁଧରେ ଫସଲ ଋଣ ଯୋଗାଇ ଦିଆଯିବ ।