ଗୋଳିଆ ପାଣିରୁ ଫାଇଦା ! ବ୍ରାହ୍ମଣୀ ନଦୀରେ ସେତୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଜୁଏଲ ଆଣିଲେ ଅଭିଯୋଗ

25

କନକ ବ୍ୟୁରୋ : ଗୋଳିଆ ପାଣିରୁ ଫାଇଦା ନେବାକୁ ବସିଛନ୍ତି ନବୀନ । ବ୍ରାହ୍ମଣୀ ବ୍ରିଜ ପ୍ରସଙ୍ଗରେ ନୀତିନ ଗଡକରୀଙ୍କୁ ନବୀନଙ୍କ ଚିଠି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କିଛିଦିନ ତଳେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ସ୍ୱରରେ ସ୍ୱର ମିଳାଇ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଟାର୍ଗେଟ କରିଛନ୍ତି ଜୁଏଲ । କହିଛନ୍ତି, ସେତୁ କାମ କିଭଳି ଆରମ୍ଭ ହେବ ସେନେଇ ରାଜ୍ୟ ସରକାର ବହୁପୂର୍ବରୁ ହସ୍ତକ୍ଷେପ କରିବାର ଥିଲା । ବିଳମ୍ବରେ ଏହି ପ୍ରସଙ୍ଗ ଉଠାଇ କେବଳ ରାଜନୀତି କରୁଛନ୍ତି ନବୀନ ।