କେନ୍ଦୁଝରରେ ମନ୍ତ୍ରୀଙ୍କୁ ପିଏସଓ ଜୋତା ପିନ୍ଧାଇବା ଘଟଣା : ଭୁଲ ମାଗିଲେ ଯୋଗେନ୍ଦ୍ର ବେହେରା

25

କେନ୍ଦୁଝର : କେନ୍ଦୁଝରରେ ମନ୍ତ୍ରୀଙ୍କୁ ପିଏସଓ ଜୋତା ପିନ୍ଧାଇବା ଘଟଣାରେ ଭୁଲ ମାଗିଲେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା । କହିଲେ, ମୋ ଆଣ୍ଠୁରେ ସମସ୍ୟା ଥିବାରୁ ଏପରି ହେଲା । ତେବେ ଆଗକୁ ଏଭଳି ଘଟଣା ପୂନରାବୃତ୍ତି ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଜାତୀୟ ପତାକା ଉତ୍ତୋଜନ ପରେ ମନ୍ତ୍ରୀ ଯେତେବେଳେ ପରେଡ ଅଭିବାଦନ ଗ୍ରହଣ କରିବାକୁ ଷ୍ଟେଜରୁ ଓହ୍ଲାଇବାକୁ ଯାଉଥିଲେ ସେହି ସମୟରେ ତାଙ୍କୁ ଜୋତା ପିନ୍ଧାଇଥିଲେ ପିଏସଓ । ତେବେ ଏହି ଘଟଣା ଯେତେ ଗମ୍ଭୀର ନଥିଲା ତାଠାରୁ ଅଧିକ ଆଶ୍ଚର୍ଯ୍ୟ କରିଥିଲା ମନ୍ତ୍ରୀଙ୍କ ଉତ୍ତର । ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଏ ବିଷୟରେ ପଚାରିବାରୁ ମନ୍ତ୍ରୀ କହିଥିଲେ ମୁଁ ଭିଆଇପି, ପିଏସଓ ଭିଆଇପି ନୁହେଁ ଜଣେ ସାଧାରଣ ଲୋକ। । ମନ୍ତ୍ରୀ ବାରମ୍ବାର ନିଜକୁ ଭିଆଇପି ବୋଲି ଦୋହରାଇଥିଲେ।