ବେଆଇନ ଅର୍ଥ ହେରଫେର ମାମଲା : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ; ଇଡିରେ ହେବେ ହାଜର

62

କନକ ବ୍ୟୁରୋ : ବେଆଇନ ଖଣି ମାମଲାରେ ଅର୍ଥ ହେରଫେର ନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପରାଉଚରା ପାଇଁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଆଜି ହେବାକୁ ନୋଟିସ୍ ଜାରି କରାଯାଇଛି । ପୂର୍ବରୁ ଇଡି ଏହି ମାମଲାରେ ସୋରେନଙ୍କ ରାଜନୈତିକ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଶ୍ରୀ ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ସାହିଗଞ୍ଜର ବାରହା ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ମାମଲାର ରିପୋର୍ଟକୁ ଆଧାର କରି ଏହି ମନି ଲଣ୍ଡରିଙ୍ଗ୍ ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା ।

ଡି ପଙ୍କଜ ମିଶ୍ରଙ୍କୁ ଜୁଲାଇ ୧୯ ତାରିଖରେ ପିଏମଏଲଏ ଧାରା ଆଧାରରେ ଗିରଫ କରିଥିଲା । ପଙ୍କଜଙ୍କ ବ୍ୟତୀତ ଏହି ମାମଲାରେ ବଚୁ ଯାଦବ ଓ ପ୍ରେମ ପ୍ରକାଶଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ଉଭୟ ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତି । ଅଗଷ୍ଟ ୨୪ ତାରିଖରେ ପ୍ରେମ ପ୍ରକାଶ ଘରେ ହୋଇଥିବା ଚଢ଼ାଉରେ ଝାଡ଼ଖଣ୍ଡ ପୋଲିସ୍ ଦୁଇଟି ଏକେ-୪୭ ରାଇଫଲ୍ ଜବତ କରିଥିଲା । ଏହାସହ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର, ଦାହୁ ଯାଦବ ଏବଂ ସେମାନଙ୍କ ସହଯୋଗୀଙ୍କ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ୧୧କୋଟି ୮୮ ଲକ୍ଷ ଟଙ୍କା ସିଜ୍ କରିଥିଲା ଇଡି । ଏହାକୁ ନେଇ ଇଡି ସେପ୍ଟେମ୍ବର ୧୬ ତାରିଖରେ ପିଏମଏଲଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଏବେ ସୋରେନଙ୍କୁ ସମନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି ।