୩ ଦିନରେ ଭିତରେ ଦିଆସିଲି ଫେରସ୍ତ ନକଲେ ହେବ ବିଭାଗୀୟ ଯାଂଚ ! କନିଷ୍ଠ ଯନ୍ତ୍ରୀଙ୍କୁ ଚିଠିରେ ମିଳିଲା ଚେତାବନୀ

82

ଦିଆସିଲି ପାଇଁ ହେବ ବିଭାଗୀୟ ଯାଂଚ । ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ବିଦ୍ୟୁତ ନଗରୀୟ ବିତରଣ ମଣ୍ଡଳରେ କାର୍ଯ୍ୟରତ ଆସିଷ୍ଟାଂଟ ଇଂଜିନିୟରଙ୍କୁ ତାଙ୍କ କାର୍ଯ୍ୟାଳୟ ତରଫରୁ ଏକ ଚେତାବନୀ ଚିଠି ମିଳିଛି । ଚିଠିରେ ଲେଖାଯାଇଛି ଯେ ଆସିଷ୍ଟାଂଟ ଇଂଜିନିୟର ମୋହିତ ପଂତ ଯିଏ ଦିଆସିଲି ନେଇ ଯାଇଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ଫେରାଇଲେ ନାହିଁ । ଯାହାଦ୍ୱାରା କାର୍ଯ୍ୟାଳୟର କାମରେ ବାଧା ଉତ୍ପନ୍ନ ହେଉଛି । ସେ ଚେତାବନୀ ଦେଇ ଚିଠିରେ ଲେଖିଛନ୍ତି, ଯଦି ୩ ଦିନରେ ଦିଆସିଲି ଫେରା ନ ଯାଏ ତେବେ ବିଭାଗୀୟ ଯାଂଚ କରାଯିବ । କିନ୍ତୁ ଚିଠିର ସତ୍ୟତା କିଛି ଭିନ୍ନ ।

ବାସ୍ତବରେ ମୁରାଦାବାଦର ବିଦ୍ୟୁତ ବିଭାଗର ଆସିଷ୍ଟାଂଟ ଇଂଜିନିୟର ସୁଶିଲ କୁମାର ତାଙ୍କ ସହକର୍ମୀଙ୍କୁ ଏକ ଚିଠି ଲେଖିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୁଶିଲ କୁମାର ତାଙ୍କ ସହକର୍ମୀଙ୍କୁ ମୋହିତ ପଂତଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଲେଖାଯାଇଛି ୨୩ ଫେବୃୟାରୀ ୨୦୧୮କୁ କାର୍ଯ୍ୟାଳୟରେ ମଶା ଧୂପକାଠି ଲଗାଇବା ପାଇଁ ଆପଣ ଏକ ଦିଆସିଲି ନେଇଥିଲେ । ଏଥିରେ ପ୍ରାୟ ୧୯ଟି କାଠି ଥିଲା । କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ତାହା ଫେରାଇଲେ ନାହିଁ ।

ପରେ ଏହା ମଧ୍ୟ ଲେଖାଯାଇଛି ଯେ ଏଥିପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେ ଲେଖିଛନ୍ତି ମୋହିତ ପଂତ ଚିଠି ପାଇବା ମାତ୍ରେ ୩ ଦିନରେ ଦିଆସିଲି ଫେରାଇ ଦିଅନ୍ତୁ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଅଧିକାରୀଙ୍କର ମୋହର ମଧ୍ୟ ଲାଗିଛି । ୟୁପି ପୋଲିସ ଏଏସପି ରାହୁଲ ଶ୍ରୀବାସ୍ତବ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଦିଆସିଳଇ ମିଳିବା ପରେ ମଧ୍ୟ ପୋଲିସ ଯାଂଚ କରିବ । ତେବେ ଏହା ଖୁବ ମାତ୍ରାରେ ଭାଇରାଲ ହେଉଛି । ଶେଷରେ ସୁଶିଲ ଲେଖିଛନ୍ତି, ମୋହିତ ପଂତ ହେଉଛନ୍ତି ତାଙ୍କ ଜୁନିଅର । ତାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହା ଲେଖାଯାଇଥିଲା ।