ଗୋଟିଏ ମ୍ୟାଚ ନଖେଳିବା ବୁମରାହଙ୍କୁ ପଡିଲା ଭାରି: ବୋଲ୍ଟ ଛଡାଇନେଲେ ୧ ନମ୍ବର ସ୍ଥାନ

160

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ମ୍ୟାଚରେ ବୁମରାହଙ୍କୁ ବିଶ୍ରାମ ଦିଆଯାଇଥିଲା । ଯାହା ଫଳରେ ତାଙ୍କୁ ଏବେ କ୍ଷତି ସହିବାକୁ ପଡିଛି । ଫଳରେ ସେ ନିଜ ଆଇସିସି ରାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ହରାଇଛନ୍ତି । ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ ତାଙ୍କଠାରୁ ଏହି ସ୍ଥାନ ଛଡାଇ ଆଣି ନିଜେ ୧ ନମ୍ବର ସ୍ଥାନରେ ରହିଛନ୍ତି ।

ଆଇସିସି ଆଜି ଦିନିକିଆ ରାଙ୍କିଙ୍ଗ ଲିଷ୍ଟ ଜାରି କରିଛି । ଯେଉଁଥିରେ ବୋଲ୍ଟ ୭୦୪ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି, ତାଙ୍କ ପଛକୁ ବୁମରାହ ୭୦୩ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୨ ଖେଳାଳିଙ୍କ ଭିତରେ କେବଳ ୧ ଅଙ୍କର ବ୍ୟବଧାନ ରହିଛି ।