ସୁନା ଦୋକାନରୁ ଲୁଟ ଘଟଣା : କେନ୍ଦ୍ରାଞ୍ଚଳ ଆଇଜି ଓ ଏସପି ଘଟଣାସ୍ଥଳ ଯାଇ କଲେ ଅନୁଧ୍ୟାନ; କହିଲେ, ଖୁବଶୀଘ୍ର ଧରାହେବେ ଅଭିଯୁକ୍ତ

354

କନକ ବ୍ୟୁରୋ : ଯାଜପୁର ବ୍ୟାସନଗର ସେନକୋ ଗୋଲ୍ଡ ସୋରୁମ୍ ଲୁଟ ଘଟଣାକୁ ତିନି ଦିନ ବିତିଲାଣି । କିନ୍ତୁ ଲୁଟେରାଙ୍କ ପାଖରେ ପହଞ୍ଚିପାରିନି ପୁଲିସ । ଆଜି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏବଂ ଯାଜପୁର ଏସପି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । କିପରି ଲୁଟ ହେଲା ସେନେଇ ସମୀକ୍ଷା କରିଛନ୍ତି ଲୁଟ୍ ହଜାଇଛି ପୋଲିସର ନିଦ ଆଇଜି । ଆଇଜି କହିଛନ୍ତି, ୫ଟି ଟିମ ଘଟଣାର ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଛି । ଯାହା ପ୍ରାଥମିକ ପ୍ରମାଣ ମିଳିଛି ସେଥିରୁ ଉକ୍ତ ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରାଯାଉଛି ।

କ୍ରାଇମବ୍ରାଂଚ ଏବଂ ବାହାର ରାଜ୍ୟ ପୁଲିସ ସହ ମଧ୍ୟ ଯୋଗାଯୋଗ କରାଯାଇଥିବା କହିଛନ୍ତି ଲୁଟ୍ ହଜାଇଛି ପୋଲିସର ନିଦ ଆଇଛି । ରବିବାର ସୋରୁମ୍କୁ ଗ୍ରାହକ ବେଶରେ ଆସି ୭ ଜଣ ଲୁଟେରା ୨୫ କେଜି ସୁନା, ହୀରା, ପ୍ଲାଟିନମ୍ ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୫ କୋଟି ହେବ ବୋଲି ଆକଳନ କରାଯାଇଛି । ପୁଲିସ ଏହି ଘଟଣାରେ ସମ୍ପୃକ୍ତି ଥିବା ତିନି ଜଣ ଲୁଟେରାଙ୍କ ପୋଷ୍ଟର ଜାରି କରିଛି ।

ଦୁଇଟି ବାଇକରେ ୭ ଜଣ ଡକାୟତ ଶୋରୁମ୍ ଭିତରେ ଗ୍ରାହକ ହିସାବରେ ପ୍ରବେଶ କରିଥିଲେ । ପରେ କର୍ମଚାରୀଙ୍କୁ ମାଡମାରି ବନ୍ଧୁକ ମୁନରେ ଗହଣା ସବୁ ଲୁଟି ନେଇ ବାହାରୁ ସଟର ପକାଇ ବନ୍ଦ କରି ଫେରାର ହୋଇ ଯାଇଥିଲେ । ଆକ୍ରମଣରେ ସୋରୁମର ୨ କର୍ମଚାରୀ ଆହତ ହୋଇଥିଲେ । ଦୁଇଜଣ ଯୁବକ ଚେନ କିଣିବା ବାହାନାରେ ଦୋକାନ ଭିତରକୁ ପଶିଥିଲେ । ଆଉ ସେଠାରେ କେହି ଗ୍ରାହକ ନଥିବା ଜାଣିବା ପରେ ଫୋନରେ ନିଜ ସାଙ୍ଗମାନଙ୍କୁ ଡାକିଥିଲେ । ଦୁର୍ବୃତମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ ଓ ସେମାନଙ୍କ ହାତରେ ବନ୍ଧୁକ ରହିଥିଲା ।