ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ! ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ହେଲା ତର୍ଜମା

35

କନକ ବ୍ୟୁରୋ : ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଏହି ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯାଇ ପାରିବ ସେଥି ପାଇଁ ତର୍ଜମା କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ ୨୦ ପ୍ଲାଟୁନ ପୋଲିସ ଫୋସ ମୁତୟନ କରାଯିବା ସହ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ଯାତ୍ରାକୁ ତଦାରଖ କରିବେ ।

ସିସିଟିଭି ଲଗାଯିବା କାର୍ଯ୍ୟ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ବିଶେଷ କରି ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ ମାନଙ୍କୁ କିଭଳି ଠିକ ଭାବେ ମନ୍ଦିର ଭିତରୁ ବହାରକୁ ଅଣାଯାଇ ପାରିବ ସେଥିପାଇଁ ଦୃଢ ପଦକ୍ଷେପ ନିଆଯାଇଛି । ଲିଙ୍ଗରାଜ ଥାନା ପରିସରରେ ଆୟୋଜିତ ଏହି ବୈଠକରେ ପୋଲିସ କମିସନର ୱାଇ.ବି. ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ, ଏଡିଏମ ଙ୍କ ସହିତ ୪ ନିଯୋଗର ସଂପାଦକ ମାନେ ମଧ୍ୟ ଯୋଗ ଦେଇଥିଲେ ।