ନୀତି ଆୟୋଗ ବୈଠକ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଲେ ଜଗନ : ସର୍ତ୍ତ ସହ ୱାଇଏସଆରସିପିକୁ ଲୋକସଭା ଉପବାଚସ୍ପତି ପଦ ଅଫର ସୂଚନା

340

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଜଗନମୋହନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପରେ ପୁଣି ଚର୍ଚ୍ଚାକୁ ଫେରିଛି ଲୋକସଭାରେ ଉପବାଚସ୍ପତି ପଦ ପ୍ରସଙ୍ଗ । ହେଉଥିବା ଚର୍ଚ୍ଚା ଅନୁସାରେ ସର୍ତ ସହ ୱାଇଏସଆର କଂଗ୍ରେସକୁ ଲୋକସଭାରେ ଉପବାଚସ୍ପତି ପଦ ଅଫର କରାଯାଇଛି । ହେଲେ ଏଥିପାଇଁ ଜଗନଙ୍କ ଦଳକୁ ବିଜେପିକୁ ଖୋଲାଖୋଲି ସମର୍ଥନ କରିବାକୁ ପଡିବ । ଯଦିଓ ଗତକାଲି ଦିଲ୍ଳୀରେ ଏଭଳି ଆଲୋଚନାକୁ କେବଳ ପରିକଳ୍ପନା ବୋଲି ଜଗନ ପ୍ରତିକ୍ରିୟା ରଖିଛନ୍ତି ।

ଲୋକସଭା ଉପବାଚସ୍ପତି ପଦ ପାଇଁ ୱାଇଏସଆରସିପି ଓ ବିଜେଡି ନେତାଙ୍କୁ ସୁଯୋଗ ଦେବା ନେଇ ଚିନ୍ତା କରୁଛି ବିଜେପି । ଦୁଇ ରାଜନୈତିକ ଦଳ ଅଣବିଜେପି ମେଂଟରେ ସାମିଲ ହୋଇନଥିବାରୁ ଏବଂ କଂଗ୍ରେସଠାରୁ ଦୂରତା ରଖୁଥିବାରୁ ବିଜେପିର ପ୍ରଥମ ପସନ୍ଦ । ଗତଥର ମଧ୍ୟ ଏନଡିଏ ମେଂଟରେ ନଥିବା ଏଆଇଏଡିଏମକେର ଥମ୍ବିଦୂରାଇଙ୍କୁ ଉପବାଚସ୍ପତି କରିଥିଲେ ମୋଦି ସରକାର । ହେଲେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରୁଥିବା ଜଗନ ମୋହନ ମଧ୍ୟ ବିଜେପିର ଏହି ଅଫରକୁ ଗ୍ରହଣ କରିବା ପାଇଁ ସର୍ତ୍ତ ରଖିପାରନ୍ତି ।