କନକ ବ୍ୟୁରୋ : ଜଗମୋହନ ସ୍ଥାୟୀ ମରାମତି ନେଇ ୧୩ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର ବରିଷ୍ଠ ଅଧିକାରୀ ଆଲୋଚନା କରିଛନ୍ତି । ମରାମତି ଯୋଗୁ ଭିତରକାଠ ପ୍ରଭାବିତ ହେଉଥିବା ଜଣାପଡିଛି । ନିଷ୍ପତି ଅନୁସାରେ ଏଠାରେ ସର୍ବାଧିକ ରୀତିନୀତି ରହୁଥିବାରୁ ପୋର୍ଟାଲ ଫ୍ରେମ୍ ଡିଜାଇନ୍ ସ୍ଥାପନ ପାଇଁ ଭିତରକାଠ ୨ଫୁଟରୁ ଅଧିକ ଆଗକୁ ଆସିବା ପାଇଁ ଯୋଜନା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଗମୋହନରେ ରହିଥିବା ୩ଟି ଘର ଭଙ୍ଗାଯାଇ ପରେ ନୂଆ ନିର୍ମାଣ ପାଇଁ ନିଷ୍ପତି ହୋଇଛି । ଏଣୁ ପ୍ରଥମେ ଅସ୍ଥାୟୀ ଖଟଶେଜ ଘର ନିର୍ମାଣ ହେବା ପାଇଁ ସ୍ଥିର ହୋଇଛି । ସେବାୟତମାନେ ଏହି ନିଷ୍ପତିକ୍ୁ ସମ୍ମତି ଜଣାଇଛନ୍ତି । ଏବଂ ଯେଭଳି ସମସ୍ତ କାର୍ଯ୍ୟ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ସେ ନେଇ ତତ୍ପର ହେବାକୁ ପରାମର୍ଶ ଦେଇଛନ୍ତି । ଜଗମୋହନ ପରସରରେ ପାଖାପାଖି ୨ଫୁଟ୍ ନିଅଁ ଖୋଳାଯିବ ।