ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ଜଗା-ବଳିଆଙ୍କୁ ଲାଗିବ ଆହୁରି ୫ ବର୍ଷ ସମୟ : ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା

66

କନକ ବ୍ୟୁରୋ : ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଜଗା-ବଳିଆଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ୫ ବର୍ଷ ସମୟ ଲାଗିବ । ଜାତୀୟ ଅନୁସୂଚିତ ଜନଜାତି କମିସନ୍‌ଙ୍କୁ ଦିଲ୍ଲୀ ଏମ୍ସ ଏହି ସୂଚନା ଦେଇଛି । ଉଲ୍ଲେଯୋଗ୍ୟ, ଜଗା-ବଳିଆଙ୍କର ଚିକିତ୍ସା ପାଇଁ ଓଡ଼ିଶାରେ ଉପଯୁକ୍ତ ସୁବିଧା ନଥିବା ଦର୍ଶାଇ ଅନୁସୂଚିତ ଜନଜାତି କମିସନ୍‌ଙ୍କ ନିକଟରେ ବରିଷ୍ଠ ସୁପ୍ରିମ୍‌କୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ପିଟିସନ୍‌ ଦାଖଲ କରିଥିଲେ । ଏହାପରେ କମିସନ୍‌ ଏମ୍ସ ନିର୍ଦ୍ଦେଶକଙ୍କୁ ଜବାବ ତଲବ କରିଥିଲେ ।

jaga-balia health conditin
image courtesy-http://sambad.in

ଜବାବରେ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଏମ୍ସର ଇତିହାସରେ ଜଗା-ବଳିଆଙ୍କୁ ଯୋଡ଼ା ମୁଣ୍ଡରୁ ଅଲଗା କରାଯିବାର ପ୍ରଥମ କ୍ରାନିଅପାରସ୍‌ ସର୍ଜରି ଥିଲା। ତେବେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଏମ୍ସ ଦର୍ଶାଇଛି । ବଳିଆ ଏବେ ସାଧାରଣ ଖାଦ୍ୟ ଖାଉଛି ଏବଂ ତା’ର ଫିଜିଓଥେରାପି ତା’ର ପିତାମାତା, ଆଟେଣ୍ଡାଣ୍ଟଙ୍କ ଦ୍ୱାରା କରାଯାଇ ପାରିବ ବୋଲି ଉଲ୍ଲେଖ କରାଯାଇଛି । ଏହାଛଡ଼ା ଜଗା-ବଳିଆଙ୍କ ଚିକିତ୍ସା ସଂପର୍କିତ ଆର୍ଥିକ ସହାୟତା ମାମଲାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ରାଜନୀତି ନାହିଁ ବୋଲି କୁହାଯାଇଛି । ଏମ୍ସ ଆହୁରି କହିଛି ଯେ ଭୁବନେଶ୍ୱର ଏମ୍ସ, କଟକ ମେଡିକାଲ୍‌ କଲେଜ ସମେତ ଜିଲ୍ଲା ହସ୍ପିଟାଲ୍‌ଗୁଡ଼ିକରେ ଚିକିତ୍ସା ସୁବିଧା ରହିଛି । ରିପୋର୍ଟରେ ଏମ୍ସ ଆହୁରି କହିଛି ଯେ ବଳିଆ ସ୍ନାୟବିକ ଦିଗରୁ ଦୁର୍ବଳ ରହିଛି ଏବଂ ତାକୁ ଆରୋଗ୍ୟ ହେବା ପାଇଁ ଅଧିକ ସମୟ ଲାଗିବ । ଜଗା-ବଳିଆର ପିତାମାତା ସେମାନଙ୍କର ବାସସ୍ଥାନରୁ ଗୋଟିଏ ବର୍ଷରୁ ଅଧିକ ସମୟ ରହିଲେଣି ଏବଂ ଓଡ଼ିଶାରେ ସେମାନଙ୍କର ଆଉ ଦୁଇଟି ଶିଶୁଙ୍କର ମଧ୍ୟ ଯତ୍ନ ନିଆଯିବାର ଆବଶ୍ୟକତା ରହିଛି ।