ଅସୁସ୍ଥ ଅଛନ୍ତି କି ଉଦ୍ଧବ ଠାକରେ? ମହାରାଷ୍ଟ୍ର ବିଧାନସଭାରେ ଝଡ ।

136

କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଏନେଇ ତାଙ୍କ ସ୍ପଷ୍ଟୋକ୍ତି ଦେବା ପରେ ବି ଥମିନି ଝଡ । କାରଣ ଏହାକୁ ନେଇ ପ୍ରଥମେ କିଛି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ତାଙ୍କର କ୍ରମାଗତ ଅନୁପସ୍ଥିତି ଯୋଗୁଁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି  । ଉଦ୍ଧବ ଠାକରେ ଯଦି ଅଧିବେଶନରେ ଯୋଗ ଦେଇପାରୁନାହାଁନ୍ତି ତେବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ଛାଡିଦିଅନ୍ତୁ ତାଙ୍କ ସ୍ଥାନରେ ଆଉ କାହାକୁ ରଖନ୍ତୁ ବୋଲି କହିଛନ୍ତି ବିରୋଧୀ ।

ଉଦ୍ଧବ ୪୫ ଦିନ ଧରି କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।  ବିଜେପି ଦାବି କରିଛି,  ଉଦ୍ଧବ ସୁସ୍ଥ ନହେବା ଯାଏଁ  ଅନ୍ୟଜଣଙ୍କୁ  ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ  ।  ଏ କ୍ଷେତ୍ରରେ ଆଦିତ୍ୟ ଠାକରେଙ୍କ ନାଁକୁ ବିଚାର କରାଯାଇପାରେ ବୋଲି ବିରୋଧୀ ବିଜେପି କହିଛି ।  ସେପଟେ ଆଦିତ୍ୟ ଠାକରେ କହିଛନ୍ତି, ଉଦ୍ଧବ ଠିକ ଅଛନ୍ତି  । ଏହାକୁ ନେଇ  ମହାରାଷ୍ଟ୍ର ରାଜନୀତିରେ ଝଡ ଉଠିଛି । ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମେଂଟ ସରକାର ଚାଲିଛି । ଆଉ ବିଭିନ୍ନ ପ୍ରସଙ୍ଗରେ ଶାସକ ମେଂଟକୁ ବାରମ୍ବାର ଟାର୍ଗେଟ କରୁଛି ବିଜେପି ।  ଏପରିକି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଥିଲେ, ନୂଆବର୍ଷରେ ମହାରାଷ୍ଟ୍ର ରାଜନୀତିରେ  ବର ପରବର୍ତନ ହେବ  ଓ କ୍ଷମତା ବଦଳି ବିଜେପି  ମୁଖ୍ୟମନ୍ତ୍ରୀ  ଆସନରେ ବସିବ । ଏବେ ପ୍ରଶ୍ନ ଉଠୁଛି, ଉଦ୍ଧବ ଠକରେ ପଦରୁ ହଟିଲେ କିଏ ହେବ ମୁଖ୍ୟମନ୍ତ୍ରୀ