ଆଇପିଏଲରେ ହେଲା ରନ ବର୍ଷା : ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ ସୁୁପର ଜାଏଣ୍ଟସ୍

184

କନକ ବ୍ୟୁରୋ : ଆଇପିଏଲରେ ହେଲା ରନ ବର୍ଷା । ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ । ଏଥିସହ ଚଳିତ ଆଇପିଏଲରେ ସବୁ ରେକର୍ଡ ଭାଙ୍ଗିଛି ଲକ୍ଷ୍ନୌ ସୁୁପର ଜାଏଣ୍ଟସ୍ । ଗତକାଲି ପଞ୍ଜାବ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୨୫୭ ରନ କରିଥିଲା ଲକ୍ଷ୍ନୌ । ଯାହା ଚଳିତ ବର୍ଷ ଆଇପିଏଲର ସର୍ବାଧିକ ଏବଂ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ବୋଲି କୁହାଯାଉଛି ।

ଏହା ପୂର୍ବରୁୁ ୨୦୧୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସର୍ବାଧିକ ୨୬୩ ରନ କରିବାର ରେକର୍ଡ ରହିଛି । ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ଗତକାଲି ପ୍ରଥମ ଦୁଇ ଓଭରରେ ମାତ୍ର ଦୁଇ ରନ ସଂଗ୍ରହ କରିଥିଲା । ପରେ ଦଳ ପକ୍ଷରୁ କାଇଲ ମାୟର୍ସ, ମାର୍କସ ଷ୍ଟୋଇସିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ନିଲୋଲାସ ପୁରନ ଏବଂ ଆୟୁଷ ବାଦୋନିଙ୍କ ବିଷ୍ଫୋରକ ପାଳି ଯୋଗୁ ଦଳ ଏତେ ରନ କରିବାରେ ସକ୍ଷମ ହୋଇଥିଲା ।

ଦଳ ପକ୍ଷରୁ ମୋଟ ୨୭ ଚୌକା ଏବଂ ୧୪ ଛକା ମାରିଥିଲେ ବ୍ୟାଟର । ମ୍ୟାଚ ଜିତିବାକୁ ପଞ୍ଜାବକୁ ଓଭର ପିଛା ୧୩ ଆବଶ୍ୟକ ପଡୁଥିଲା । ହେଲେ ଦଳ ପକ୍ଷରୁ ଅଥର୍ବ ତାଇଦୋ ୬୬ ରନରେ ଇନିସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଫଳରେ ପଞ୍ଜାବ ୨୦୧ ରନ କରି ଅଲଆଉଟ୍ ହୋଇଯାଇଥିଲା । ତେବେ ବିଜୟ ସହ ଲକ୍ଷେ୍ମø ଏବେ ପଏଂଟ ଟେବୁଲର ଦ୍ୱିତୀୟରେ ଥିବା ବେଳେ ପ୍ରଥମରେ ରହିଛି ରାଜସ୍ଥାନ ରୟାଲ୍ସ ।